ଦେଶ

ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ – Ibnodisha

[ad_1]

ନୋଏଡା: ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ନୋଏଡାଠାରେ ଜଣେ ୨୨ବର୍ଷୀୟା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରେମିକାକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଗଳା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ୪୨ବର୍ଷୀୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ସେ ବର୍ତ୍ତମାନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡିସିପି କହିଛନ୍ତି ଯେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଛିଜର୍ସି ଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ସେକ୍ଟର ୬୩ପୁଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ସେଠାରେ ପହଞ୍ଚିବା ପରେ ତଳେ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ରକ୍ତ ଜୁଡ଼ୁବୁଡୁ ହୋଇ ଛଟପଟ ହେଉଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ପୀଡ଼ିତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବର୍ଷେ ହେଲାଣି ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । ଘଟଣା ଦିନ ପୀଡ଼ିତା ଅଭିଯୁକ୍ତର ଘରକୁ ଆସିଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଅଭିଯୁକ୍ତ ନିଜ ପ୍ରେମିକାକୁ ଆକ୍ରମଣ କରିଥିଲେ । ଝଗଡ଼ା କେଉଁ କାରଣରୁ ହୋଇଥିଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button