ରାଜନୀତି

ଅଡିଓରେ ଥିବା ସ୍ୱର ବିଜେଡି କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ : ଯୁବ କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର:  ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାର ସତ୍ୟତା ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲାନାହିଁ । ରୁଚିକା ମହାନ୍ତିଙ୍କୁ ମାରି ଦିଆଯାଇଛି ନା ତାଙ୍କ ପ୍ରତି ଏଭଳି କିଛି ଅତ୍ୟଚାର କରାଯାଇଛି ଯଦ୍ୱାରାକି ସେ ନିଜର ଭାରସାମ୍ୟ ହରାଇ ମୃତ୍ୟୁକୁ ଆଦରି ନେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ତଥା ଓଡ଼ିଶାବାସୀ ଜାଣି ପାରୁନାହାନ୍ତି । ମା’କୁ ସମ୍ମାନ କହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଂପୂର୍ଣ୍ଣ ଏ ଘଟଣାରେ ନୀରବ କାହିଁକି? ପ୍ରଶାସନ ଏତେ ଶିଥିଳ କାହିଁକି? ଯେଉଁ ମୋବାଇଲଟି ସିଜ କରାଯାଇଥିଲା ସେଥିରୁ ଯେଉଁ ତଥ୍ୟ ବାହାରିଲା ଡିସିପି ଜନସାଧାରଣଙ୍କ ଆଗରେ ପ୍ରକାଶ କରୁନାହାନ୍ତି କାହିଁକି? ଏସବୁ ଅସମାହିତ ପ୍ରଶ୍ନର ଉତର କେବେ ମିଳିବ?

ନବୀନ ବାବୁଙ୍କ ସରକାର ମହିଳା ଏବଂ ବିଶେଷ କରି ଝିଅ ମାନଙ୍କ କ୍ଷେତ୍ରରେ ଏତେ ନିଷ୍ଠୁର କାହିଁକି? ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ସାଧାରଣ ସଂପାଦକ ନିହାର ବେହେରା ଏବଂ ଅନ୍ୟତମ ସାଧାରଣ ସଂପାଦକ ସୁଦିପ ସାମଲ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଏକ ଅଡିଓ ଟେପର ଖୋଲାସା କରିଛନ୍ତି ଯେଉଁଥିରେ ବିଜେବି କଲେଜର ଜନୈକ ଛାତ୍ରୀ ପ୍ରଶ୍ନ କରୁଛନ୍ତି ଆପଣଙ୍କୁ ଆମେ ନିର୍ବାଚିତ କଲୁ ଆପଣ ବିଧାୟକ ହୋଇ ଆମମାନଙ୍କ ସହିତ ଏଭଳି ଘୃଣ୍ୟ ଓ ହୀନ କାର୍ଯ୍ୟକଲେ? ଆପଣଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଗୋଟିଏ ପରିବାର ନଷ୍ଟ ହୋଇଗଲା ଏବଂ ଦୁଇ ଦୁଇଟି ଝିଅଙ୍କ ଜୀବନ ଚାଲିଯିବାକୁ ବସିଲାଣି । ସମୟ ଆସିବ ଆପଣଙ୍କ ଏହି କାର୍ଯ୍ୟର ପର୍ଦାଫାଶ ହେବ ଏବଂ ସାରା ଓଡ଼ିଶା ଆପଣଙ୍କର ଘୃଣ୍ୟ କାମକୁ ଜାଣିବ ।

ଭୁବନେଶ୍ୱର କମିଶନରେଟ ପୋଲିସର ଡିସିପି ରୁଚିକା ମହାନ୍ତି ହତ୍ୟା ଘଟଣାରେ ଯେଉଁ ମୋବାଇଲକୁ ଜବତ କରିଥିଲେ ଏବଂ ଏହାକୁ ସଂପୂର୍ଣ୍ଣ ତଥ୍ୟ ଉଧାର କରିବାପାଇଁ ସିଙ୍ଗାପୁର ପଠାଇଥିଲେ ତାର ତଥ୍ୟକୁ ଏପର୍ଯ୍ୟନ୍ତ କାହିଁକି ଖୋଲାସା କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅଡିଓ ଟେପରେ ବିଧାୟକ ଝିଅମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଝୀଅଟି କହୁଛି । ତେଣୁ କେଉଁ ଝିଅଙ୍କ ସହିତ ସେ ଖେଳ ଖେଳୁଛନ୍ତି ଏକଥା ମଧ୍ୟ ରାଜ୍ୟବାସୀ ଜାଣିବା ଉଚିତ । ଅଡିଓ ଟେପରେ ଯେଉଁ ଝିଅଟି କଥା ହେଉଛି ସେ ରୁଚିକା ମହାନ୍ତିଙ୍କର ସାଙ୍ଗ ନୁହଁନ୍ତି ତ? ଏ ଅଡିଓ ଟେପର ସ୍ୱର କାହାର ଆମକୁ ଜଣାନାହିଁ କିନ୍ତୁ ଏହା ନିଶ୍ଚିତ ଯେ ବିଜୁ ଜନତା ଦଳର ଭୁବନେଶ୍ୱର ତିନି ବିଧାୟକକଙ୍କ ମଧ୍ୟରୁ କାହାର ହୋଇଥିବ ଏକଥାକୁ ପୋଲିସ ଖୋଲାସା କରୁ । ଏ ହେଲା ପ୍ରଥମ ଖୋଲାସା ଏହାପରେ ଦ୍ୱିତୀୟ ଓ ତୃତୀୟଥର ପାଇଁ ପରବର୍ତୀ ଘଟଣାର ଅଡିଓ ଟେପ ଖୋଲାସା ହେବ । ଏପରିକି ଯୁବତୀ ଜଣଙ୍କ ମଧ୍ୟ ଗଣମାଧ୍ୟମ ସାମାନକୁ ଆସି ବୟନା ରଖିବେ । ସାରା ରାଜ୍ୟବାସୀ ଜାଣିବେ ବିଜୁ ଜନତା ଦଳର ନେତାମାନଙ୍କର ଅସଲ ଚରିତ୍ର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button