ରାଜନୀତି

ଟିଭି ଡିବେଟ୍‌ରେ ବିଜେପି ପ୍ରାର୍ଥୀଙ୍କୁ ବିଆର୍‌ଏସ୍ ବିଧାୟକଙ୍କ ଆକ୍ରମଣ – Ibnodisha

[ad_1]

ହାଇଦ୍ରାବାଦ : ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ନେଇ ନେତାଙ୍କ ମଧ୍ୟରେ କଥା କଟାକଟି ଏବେ ହାତାହାତିରେ ପହଞ୍ଚିଛି । ଏପରି କିଛି ଦୃଶ୍ୟ ବୁଧବାର ତେଲୁଗୁ ନ୍ୟୁଜ୍ ଚ୍ୟାନେଲ୍ ଏନ୍‌ଟିଭିର ଡିବେଟ୍ ଶୋ’ରେ ଦେଖିବାକୁ ମିଳିଛି । ଡିବେଟ୍ ବେଳେ କୁଥବୁଲ୍ଲାପୁରର ବିଆର୍‌ଏସ୍ ବିଧାୟକ ବିବେକାନନ୍ଦ ଗୌଡ଼ ଏହି ଆସନର ବିଜେପି ପ୍ରାର୍ଥୀ କୁନା ଶ୍ରୀଶୈଳମ୍ ଗୋଡ଼ଙ୍କ ଉପରେ ଆକ୍ରମଣ କରିଛନ୍ତି । ମାଡ଼ ମରାମରିର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ବିବେକାନନ୍ଦ ବିଜେପି ପ୍ରାର୍ଥୀଙ୍କ ଆଡ଼କୁ ଝପଟି ଆସି ତାଙ୍କ ତଣ୍ଟିକୁ ଧରୁଥିବା ଦେଖିବାକୁ ମିଳୁଛି । ପରେ ପୁଲିସ ଏବଂ ଅନ୍ୟ କେତେକ ଲୋକ ମଞ୍ଚ ଉପରକୁ ଯାଇ ସେମାନଙ୍କୁ ଅଲଗା କରିଥିଲେ । ମାତ୍ର ଏହି ସମୟରେ ସେମାନଙ୍କ ସମର୍ଥକମାନେ ହଙ୍ଗାମା ସହିତ ବାରିକେଡ୍ ଓ ଚୌକି ଫିଙ୍ଗା ଫେପଡ଼ା କରିଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button