ରାଜନୀତି

ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ – Ibnodisha

[ad_1]

ଭୁବନେଶ୍ୱର : ସବୁ ଚର୍ଚ୍ଚାର ଅନ୍ତ ଘଟିଲା। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷେଣା କଲା ବିଜେପି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଥର ମଧ୍ୟ ଅଶ୍ୱିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଶ୍ୱିନୀ ରାସ୍ୟସଭାକୁ ଯିବେ ।  ଓଡ଼ିଶାରୁ ଏବେ ରାଜ୍ୟସଭାକୁ ଯିବେ ୩ ପ୍ରାର୍ଥୀ । ଗତକାଲି ବିଜେଡିର ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି ।  ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଉ ଦୁଇଦିନ ରହିଲା । ୧୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ବିଜେଡି ଗତକାଲି ଦୁଇଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରିସାରିଛି ।

ସୂଚନାଯୋଗ୍ୟ ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ୨ଟି ପାଇଁ ବିଜେଡି ସୋମବାର ନିଜର ପ୍ରାର୍ଥୀ ଘୋଷଣା କରିଥିଲା। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ଗତକାଲି  ମଧ୍ୟ ଦେବାଶିଷ ଓ  ଶୁଭାଶିଷ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ।

ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ସମ୍ଭାବନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button