ଦେଶ

ଆସାମର ସର୍ବୋଚ୍ଚ ନାଗରିକ ପୁରସ୍କାରରେ  ସମ୍ମାନିତ ହେଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ – Ibnodisha

[ad_1]

ଗୁଆହାଟି: ଗୁଆହାଟିର ଶ୍ରୀମନ୍ଦିର ଶଙ୍କରଦେବ କଳାକ୍ଷେତ୍ରଠାରେ ଆୟୋଜିତ ଏକ ସମାରୋହରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ପୁରସ୍କାର ଆସାମ ବୈଭବରେ  ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନକର ଯୋଗଦେଇ ଏହି ପୁରଷ୍କାର ପ୍ରଦାନ କରିଥିଲେ । ଏହି ପୁରଷ୍କାର ରାଶିରେ ନଗଦ ୫ ଲକ୍ଷ ଟଙ୍କା ସହିତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆଜୀବନ ଚିିକିତ୍ସା ସେବା ପ୍ରଦାନ କରାଯାଇଛି । ଆସାମ ବୈଭବ ବ୍ୟତୀତ ଆସାମ ସୈରଭ ଏବଂ ଆସାମ ଗୌରବ ପୁରଷ୍କାର ପାଇଁ ମନୋନୀତ ହୋଇଥିବା ଅନ୍ୟ ୨୧ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୧ ରେ କ୍ୟାବିନେଟ୍ ନିଷ୍ପତି ମାଧ୍ୟମରେ ଯେଉଁ ବ୍ୟକ୍ତି ସାମାଜକି ସେବା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଉଦ୍ୟୋଗ, ଶିଳ୍ପ, କୃଷି, ପରିବେଶ, ବନ୍ୟଜନ୍ତୁଙ୍କ ସଂରକ୍ଷଣ ଭଳି କାର୍ଯ୍ୟରେ ନିଜର ଉତ୍ତମ କାର୍ଯ୍ୟ ନିର୍ବାହ କରିଥିବେ ସେମାନେ ଏହି ସମ୍ମାନରେ ସମ୍ମାନିତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ପରିଶେଷରେ ରାଜ୍ୟର କଳା ଓ ସଂସ୍କୃତିୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସମ୍ମାନୀତ ହୋଇଥିବା ସମସ୍ତ ବ୍ୟକ୍ତି ତଥା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ସମସ୍ତ କଳାକାର ମାନଙ୍କୁ  ଧନ୍ୟବାଦ ଦେବା ସହିତ ସେ ନିଜକୁ ଗର୍ବିତ ବୋଲି କହିବା ସହିତ ଆଗକୁ ଏହିଭଳି କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button