ଆଦାନିଙ୍କ ଅଡ଼ୁଆ ବଢ଼ାଇବ ସେବି: ତଦନ୍ତରେ ତ୍ରୁଟି ଧରାପଡ଼ିଥିବା ସନ୍ଦେହ – Ibnodisha

[ad_1]

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଯେଉଁ ଗମ୍ଭୀର ଅଭିଯୋଗ ଆଣିଥିଲା, ସେଥିରୁ କିଛିଟା ଅଭିଯୋଗରେ ସତ୍ୟତା ଥିବା ଭଳି ମନେ ହେଉଛି। କିଛି ଅଭିଯୋଗର ତଦନ୍ତ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମ୍ କୋର୍ଟ କହିଥିଲେ। ସେବି କରିଥିବା ତଦନ୍ତରେ ଆଦାନି ପକ୍ଷରୁ କିଛିଟା ତ୍ରୁଟି ଥିବା ଧରାପଡ଼ିଛି ବୋଲି କୁହାଯାଉଛି। ବିଶେଷ କରି ଷ୍ଟକ ବଜାରରେ ତାଲିକାଭୁକ୍ତ କଂପାନିଗୁଡ଼ିକ ସମ୍ପର୍କିତ କିଛି ନିୟମକୁ ଆଦାନି ଗ୍ରୁପ୍ ଠିକ୍ ଭାବେ ପାଳନ କରିନାହିଁ। ବିଦେଶରୁ ଆସିଥିବା ପାଣ୍ଠି ସମ୍ପର୍କିତ ତଥ୍ୟ ମଧ୍ୟ ଠିକ୍ ଭାବେ ଦେଇନଥିବା କୁହାଯାଉଛି। ତେବେ ସେବି ଏବିଷୟରେ କିଛି ସ୍ପଷ୍ଟ କରିନାହିଁ।
ଚଳିତ ବର୍ଷ ଜାନୁଆରି ୨୪ରେ ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଷ୍ଟକ ମୂଲ୍ୟ ଜାଲିଆତି, ଆକାଉଣ୍ଟିଂ ହେରଫେର, କର୍ପୋରେଟ୍ ଗଭର୍ଣ୍ଣାସକୁ ଠିକ୍ ଭାବେ ପାଳନ କରାଯାଉନଥିବା, ପ୍ରମୁଖ ପଦରେ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା, ଜାଲ୍ କଂପାନି ଗଠନ କରିଥିବା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍ ଓ ଗୌତମ ଆଦାନିଙ୍କ ବ୍ୟାପକ କ୍ଷତି ହୋଇଛି। ଷ୍ଟକ ବଜାରରେ କଂପାନିର ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟ କମ୍ ହେବା ଯୋଗୁଁ ନିବେଶକମାନେ ମଧ୍ୟ ବିପୁଳ କ୍ଷତି ସହିଛନ୍ତି। ଏଭଳି ଘଟଣାରେ ଖୁଚୁରା ନିବେଶକମାନଙ୍କ ସ୍ବାର୍ଥକୁ କିଭଳି ସୁରକ୍ଷିତ ରଖାଯାଇପାରିବ ତାହା ଜଣାଇବା ଲାଗି ସେବିକୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ୨୪ଟି ବିଷୟର ତଦନ୍ତ କରିବାକୁ ସେବିକୁ କୁହାଯାଇଥିଲା। ନିକଟରେ ସେବି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି ଯେ ୨୨ଟି ବିଷୟର ତଦନ୍ତ ଶେଷ ହୋଇଛି। ୨ଟି ବିଷୟରେ ବିଦେଶ ସଂସ୍ଥାର ତଥ୍ୟକୁ ଅପେକ୍ଷା କରାଯାଇଛି। ଚଳିତ ମାସ ୧୪ ସୁଦ୍ଧା ତଦନ୍ତ ସାରିବାକୁ ପୂର୍ବରୁ ସେବିକୁ ସୁପ୍ରିମ୍କୋର୍ଟ କହିଥିଲେ। ମାତ୍ର ଆଉ ୧୫ ଦିନ ଅଧିକ ସମୟ ଦେବା ଲାଗି ସେବି ଅନୁରୋଧ କରିଥିଲା। ଚଳିତ ମାସ ୨୯ରେ ସେବି ଏହାର ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି। ଆଦାନି-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟ ଯେଉଁ ବିଶେଷଜ୍ଞ କମିଟି ଗଠନ କରିଥିଲେ ତାହା ଆଦାନି ଗ୍ରୁପ୍କୁ କ୍ଲିନ୍ଚିଟ୍ ଦେଇଛି। ଏବେ ସମସ୍ତଙ୍କ ନଜର ସେବି ତଦନ୍ତ ରିପୋର୍ଟ ଉପରେ ରହିଛି।
[ad_2]