ଦେଶ

ଆମେରିକାରେ ଉଦଘାଟନ ହେଲା ବିଶାଳ ଅକ୍ଷରଧାମ ମନ୍ଦିର – Ibnodisha

[ad_1]

ନୂଆଦିଲ୍ଲୀ: ଆମେରିକାର ନ୍ୟୁଜର୍ସିରେ ଉଦଘାଟନ ହୋଇଛି ସବୁଠୁ ବଡ ହିନ୍ଦୁ ମନ୍ଦିର ଅକ୍ଷରଧାମ । ଏହାକୁ ୧୮୫ ଏକର ଜାଗାରେ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିବାରେ ଲାଗିଛି ୧୨ ବର୍ଷ । ମନ୍ଦିର ନିର୍ମାଣ ପଛରେ ରହିଛି ୧୨ , ୫୦୦ ଶ୍ରମିକଙ୍କ ନିଷ୍ଠା । ମନ୍ଦିରରେ ଲାଗିଛି ୨୯ଟି ଦେଶରୁ ଆସିଥିବା ମୂଲ୍ୟବାନ୍ ପଥର ।ଏହି ମନ୍ଦିରକୁ ଭାରତୀୟ ସଂସ୍କୃତି, କଳା ଓ ଆଧ୍ୟାତ୍ମର ସଙ୍ଗମ ବୋଲି କୁହାଯାଉଛି । ଆମେରିକାର ସବୁଠୁ ବଡ ହିନ୍ଦୁ ମନ୍ଦିର ବିଏପିଏସ୍ ସ୍ୱାମୀନାରାୟଣ ଅକ୍ଷରଧାମର ଉଦଘାଟନ ହୋଇଯାଇଛି । ଏହା ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ଏହି ମନ୍ଦିର ସାରା ବିଶ୍ୱର ଲୋକଙ୍କ ପାଇଁ ଏକତା, ଶାନ୍ତି ଓ ସଦଭାବନାର ବାର୍ତ୍ତା ଦେଉଛି । ଭଗବାନ ସ୍ୱାମୀ ନାରାୟଣଙ୍କୁ ସମର୍ପିତ ଏହି ମନ୍ଦିରର ନିର୍ମାଣ ୨୦୧୧ରେ ଆରମ୍ଭ ହୋଇ ୨୦୨୩ରେ ଶେଷ ହୋଇଛି । ଏଠାରେ କଳାର ଚରମ ଉକ୍ରର୍ଷ ଦେଖିବାକୁ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button