ଦେଶ

ବିହାରରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ବୋଲି କହିଲେ ଅମିତ ଶାହା, ଜବାବ ଦେଲେ ନୀତୀଶ – Ibnodisha

[ad_1]

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ବିହାର ଗସ୍ତରେ ଯାଇଥିଲେ। ମଧୁବନୀ ଜିଲ୍ଲାର ଝଞ୍ଝାରପୁରଠାରେ ଏକ ଦଳୀୟ ରାଲିକୁ ସମ୍ବୋଧିତ କରି ସେ କହିଥିଲେ ଯେ ବିହାରରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି ।

“ବିହାର ସୀମାରେ ଥିବା ସମସ୍ତ ସମସ୍ୟା (ଅନୁପ୍ରବେଶ, ଜମି ଜବରଦଖଲ, ବେଆଇନ କାରବାର) ବିଷୟରେ ମୁଁ ଅବଗତ ଅଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ବିହାରରେ ଖୁବ୍ ଶୀଘ୍ର ନିର୍ବାଚନ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବ” ସେ କହିଛନ୍ତି ।

ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ସାମ୍ବାଦିକ ଓ ଦଳିତଙ୍କୁ ଅପହରଣ, ଗୁଳିଚାଳନା, ଲୁଟ୍, ହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଗଠିତ ସ୍ୱାର୍ଥପର ମେଣ୍ଟ ବିହାରକୁ ଜଙ୍ଗଲରାଜ ଦିଗରେ ଫେରାଇ ଆଣିବାକୁ ଯାଉଛି । ଲାଲୁ ଯାଦବ ପୁଣି ସକ୍ରିୟ ହୋଇଛନ୍ତି, ନୀତୀଶ କୁମାର ନିଷ୍କ୍ରିୟ ହୋଇଯାଇଛନ୍ତି, ତେଣୁ ବିହାର କେମିତି ଚାଲିବ ତାହା ଆପଣ ବୁଝିପାରିବେ ।

ନୀତୀଶ କୁମାର ମଧ୍ୟ ଅମିତ ଶାହାଙ୍କ ବୟାନର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଅମିତ ଶାହା କିଛି ବି କହୁଛନ୍ତି। ସେ କହୁଥିବା କଥା ଉପରେ ଆମେ ଧ୍ୟାନ ଦେଉନାହୁଁ। ବିହାରରେ କେତେ ବିକାଶ ହେଉଛି, ଦେଶରେ କ’ଣ ହେଉଛି, ସେମାନଙ୍କ ପାଖରେ କିଛି ସୂଚନା ଅଛି କି? ଇଣ୍ଡିଆ ମେଣ୍ଟରେ ଅନେକ ଦଳ ଏକାଠି ହେଉଛନ୍ତି, ତେଣୁ ସେମାନେ ଭୟଭୀତ ଅଛନ୍ତି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button