ରାଜ୍ୟ

ମତଦାନ ପାଇଁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର – Ibnodisha

[ad_1]

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ । ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମୋଟ୍ ୪ ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଏହି ୪ଟି ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଫିସ ଏବଂ କୋର୍ଟ ଇତ୍ୟାଦି ଭୋଟ ଗ୍ରହଣ ଦିନ ବନ୍ଦ ରହିବ । ଭୋଟ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସମସ୍ତ ସରକାରୀ କର୍ମୀଚାରୀ ଏବଂ କୋର୍ଟ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ମାସରୁ ଓଡ଼ିଶାରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ’ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପର୍ଯ୍ୟାୟକ୍ରମେ ମେ’ ୨୦, ୨୫ ଏବଂ ଜୁନ୍ ୧ ତାରିଖରେ ଓଡ଼ିଶାରେ ମତଦାନ କରାଯିବ । ତେଣୁ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ଭୋଟ ଦେବାକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ମେ’ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଇଛି । ସେହିଭଳି ମେ’ ୨୦ରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ସରକାରୀ କର୍ମଚାରୀମାନେ ଛୁଟି ନେଇପାରିବେ । ଏହାସହ ଜୁନ ୧ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button