IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ କର୍ମ ଅନୁସାରେ ବଦଳିଥାଏ ପାପୁଲିର ରଙ୍ଗ, ଜାଣନ୍ତୁ କେମିତି ?

କୁହାଯାଏ, ଆପଣଙ୍କ କର୍ମ ଆପଣଙ୍କ ହାତରେ ଲେଖାଯାଇଛି। ହାତରେ ଥିବା ରେଖା ଆପଣଙ୍କ ଜୀବନର ଅନେକ କଥା କହିଥାଏ।  ହସ୍ତରେଖା ଶାସ୍ତ୍ର ଅନୁସାରେ ହାତର ରେଖା ବ୍ୟକ୍ତିଙ୍କ ଆଗତ ଭବିଷ୍ୟ ବିଷୟରେ ଦର୍ଶାଇଥାଏ। ଏହା ଆପଣଙ୍କ ଆଗାମୀ ଜୀବନର ଭବିଷ୍ୟ ଜଣାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆପଣଙ୍କ କର୍ମ ଅନୁସାରେ ଆପଣଙ୍କ ପାପୁଲିର ରଙ୍ଗ ବଦଳିଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର କାରଣ…

hand

ନାଲି ରଙ୍ଗ :

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ କାମରେ ତରତର ହୋଇଥାଏ କିମ୍ବା କୌଣସି ବ୍ୟକ୍ତିଙ୍କ ପାଖରେ ହଠାତ ବହୁତ ପଇସା ଆସିଥାଏ, ତେବେ ତାଙ୍କ ହାତର ରଙ୍ଗରେ ପରିବର୍ତ୍ତନ ଆସିଥାଏ। କୁହାଯାଏ, ଏହି ଲୋକଙ୍କ ପାପୁଲିର ରଙ୍ଗ ନାଲି ହୋଇଥାଏ।

କଳା ରଙ୍ଗ :

ହସ୍ତରେଖା ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ହଠାତ୍‌ ଡିପ୍ରେସନରେ ଆସିଯାଆନ୍ତି କିମ୍ବା ସେମାନଙ୍କ ସ୍ୱଭାବରେ କିଛି ପରିବର୍ତ୍ତନ ଦେଖାଦେଇଥାଏ ତେବେ ସେମାନଙ୍କ ହାତ ପାପୁଲିର ରଙ୍ଗ କଳା ପଡିଯାଏ।

ll

ଶ୍ୟାମଳ ରଙ୍ଗ :

ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତି ଅନ୍ୟ କାହାକୁ କଷ୍ଟ ଦେବାପାଇଁ ଉପାୟ ଖୋଜୁଥାଏ। କିମ୍ବା ସେ ଅଧିକ ପ୍ରେମ ପ୍ରସଙ୍ଗରେ ପଡିଥାଏ, ତେବେ ତାଙ୍କ ହାତରେ ରଙ୍ଗ ବଦଳିଥାଏ। କୁହାଯାଏ, ସେମାନଙ୍କର ହାତର ରଙ୍ଗ ଶ୍ୟାମଳ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button