ଆପଣଙ୍କ ପିଲା ରାତିରେ ଶୋଉନାହିଁ କି ? ତେବେ ଖାଇବାକୁ ଦିଅନ୍ତୁ ଏହି ଖାଦ୍ୟ, ଜଲଦି ଆସିବ ନିଦ

ରାତିରେ ଛୋଟ ପିଲା ନ ଶୋଇବା ଦ୍ୱାରା ମାତା ପିତା ଦୁହେଁ ଚିନ୍ତିତ ହୋଇପଡନ୍ତି। ଏଥିପାଇଁ ଶିଶୁର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯାଏ। ପିଲାଟି ଦିନଯାକ ଚିଡିଚିଡା ହୋଇଯାଏ। ପିଲାଟି ନ ଶୋଇବା ଯୋଗୁଁ ବାପା ମା ମଧ୍ୟ ରାତିରେ ସଠିକ ଭାବେ ଶୋଇପାରନ୍ତି ନାହିଁ। ଏଥିପାଇଁ ସେମାନଙ୍କର ଦିନଚର୍ଯ୍ୟା ମଧ୍ୟ ଖରାପ ଯାଏ। ଯଦି ଆପଣଙ୍କ ପିଲା ରାତିରେ ଠିକ୍ ଭାବେ ଶୋଉନାହିଁ, ତେବେ ଏହି ଖାଦ୍ୟ ଖାଇବା ଦ୍ୱାରା ପିଲାକୁ ସଠିକ ନିଦ ହେବ।

ଏସବୁ ଜିନିଷ ପିଲା ଖାଇଲେ ସଠିକ୍ ନିଦ ହେବ :
ଦୁଗ୍ଧ ଜାତୀୟ ଉତ୍ପାଦ କ୍ଷୀର, ଚିଜ୍, ଅଣ୍ଡା, ଶସ୍ୟ, ଓଟସ୍, ଟଫୁ, ସୋୟାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶିଶୁକୁ ଜଲଦି ନିଦ ହୋଇଥାଏ। ଏଥିରେ ଥିବା ଟ୍ରିପ୍ଟୋଫେନ ନାମକ ତତ୍ତ୍ୱ ଯାହା ମସ୍ତିଷ୍କକୁ ନିଦ ଆସୁଥିବା ମେଲାଟୋନିନ ହରମୋନକୁ ପ୍ରସ୍ତୁତ କରିଥାଏ। ସେହିଭଳି ନିଦ ହେବା ପାଇଁ ସହଜରେ ପାଚନ ହୋଇପାରୁଥିବା ଫୁଡ ମଧ୍ୟ ଦେଇପାରିବେ।
ଦଲିୟା : ଦଲିୟା ପିଲାଙ୍କ ପାଇଁ ବହୁତ ସୁସ୍ଥକାରୀ ହୋଇଥାଏ। ଏହା ହାଲୁକା ହେବା ସହିତ ବହୁତ ସହଜରେ ପାଚନ ହୋଇଯାଏ। ରାତି ଖାଇବାରେ ପିଲାକୁ ନିଶ୍ଚିତ ଭାବେ ଦଲିୟା ଦିଅନ୍ତୁ।

ଚାଉଳ : ବ୍ରାଉନ ରାଇସରେ ବହୁତ ପୁଷ୍ଟିକର ହୋଇଥାଏ। ଧଳା ଚାଉଳ ସହଜରେ ପାଚନ ହୋଇଯାଏ, ଯାହା ପେଟ ପାଇଁ ହାଲକା ହୋଇଥାଏ। ଏହାକୁ ଖାଇଲେ ମଧ୍ୟ ଭଲ ନିଦ ହୋଇଥାଏ।
କଦଳୀ : କଦଳୀରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରି ରହିଥାଏ। ଯାହା ମାଂସପେଶୀକୁ ଆରାମ ଦେଇଥାଏ। ଆପଣ ପିଲାକୁ କ୍ଷୀର ସହିତ କଦଳୀ ଖାଇବାକୁ ଦେଇପାରିବେ।

ପିଲାକୁ ଶୁଆଇବା ଟିପ୍ସ :
ପିଲା ସହିତ ଦିନଯାକ ବହୁତ ଖେଳନ୍ତୁ ଏବଂ ସନ୍ଧ୍ୟା ସମୟରେ କୌଣସି ଶାନ୍ତ କିମ୍ବା ହାଲୁକା ଗେମ୍ ଖେଳନ୍ତୁ। ଏମିତି କଲେ ପିଲାଟି ରାତିରେ ଥକ୍କିପଡି ଜଲଦି ଶୋଇପଡିବ।
ଅନେକ ପିଲା ରାତିରେ ଗାଧୋଇବା ଦ୍ୱାରା ଭଲଭାବେ ଶୋଇପଡିଥାନ୍ତି। ପିଲାକୁ ଶୁଆଇବାର ଏକ ରୁଟିନ ପ୍ରସ୍ତୁତ କରିଦିଅନ୍ତୁ। ପିଲାକୁ ଠିକ ସମୟରେ ଶୋଇବା ଏବଂ ଉଠାଇବାର ରୁଟିନ କରନ୍ତୁ।
ରାତିରେ ପିଲା ଶୋଇବା ରୁମ୍ରେ ଅଳ୍ପ ଆଲୋକ ଦେଉଥିବା ଲାଇଟ ଲଗାନ୍ତୁ।ଏଥିରୁ ପିଲା ଅନୁମାନ କରିବ କି, ତା’ର ଶୋଇବା ସମୟ ହୋଇଗଲା।




