IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହାତ ଜଳିଗଲେ କେବେ ବି ଏହି କାମ କରନ୍ତୁ ନାହିଁ, ଉତୁରିଯାଇପାରେ ଚମଡ଼ା

ରୋଷେଇ କରିବା ବେଳେ ପ୍ରାୟତଃ ଅସାବଧାନତା ଯୋଗୁ ହାତ ପୋଡ଼ିଯାଏ। ଏଭଳି ସ୍ଥିତିରେ ତର ତର ହୋଇ କେହି ପାଣିରେ ହାତ ବୁଡ଼ାଏ ତ ଆଉ କେହି ବରଫ ଘଷେ। କିନ୍ତୁ ହାତ ପୋଡ଼ିଗଲେ ପ୍ରକୃତରେ କ’ଣ କରିବା ଉଚିତ ତାହା କେହି ଜାଣନ୍ତି ନାହିଁ। ଫଳରେ ଗୁଡ଼େ ୟାଡ଼ୁସିଆଡ଼ୁ ଜିନିଷ ବ୍ୟବହାର କରି ଲୋକମାନେ ହାତର କ୍ଷତି କରିଥାନ୍ତି। ତେବେ ଆସନ୍ତୁ ଜାଣିବା ହାତ ପୋଡ଼ିଗଲେ କି କି ଭୁଲ ନ କରିବା ଉଚିତ୍‌…

burn

ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ:

ହାତ ଜଳିଗଲେ କେବେ ବି ପାଣିରେ ଧୁଅନ୍ତୁ ନାହିଁ। ବରଂ ପାଣିରେ ୨୦ ମିନିଟ୍‌ ଯାଏଁ ବୁଡ଼ାଇ ରଖନ୍ତୁ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ରୁମ୍‌ ତାପମାତ୍ରାରେ ଥିବ। ପୋଡ଼ିଯାଇଥିବା ସ୍ଥାନକୁ ଧୋଇଲେ କିମ୍ବା ବରଫ ଘଷିଲେ ଫୋଟକା ବଡ଼ ହୋଇ ଦାଗ ରହିପାରେ।

ବରଫ ଘଷନ୍ତୁ ନାହିଁ:

ପୋଡ଼ିଯାଇଥିବା ସ୍ଥାନରେ ବରଫ ଘଷିବା ଦ୍ୱାରା ଆରାମ ମିଳିବ ସତ କିନ୍ତୁ ଏହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ବରଫ ଦ୍ୱାରା ରକ୍ତ ଗୋଟିଏ ସ୍ଥାନରେ ଜମାଟ ବାନ୍ଧିଯିବ। ଏଥିସହ ଚମଡ଼ା ଉତୁରିଯିବା ଭୟ ମଧ୍ୟ ରହିଛି। ଏଣୁ ବରଫ ବ୍ୟବହାର କରନ୍ତୁ ନାହିଁ।

Burn blister: First aid, treatment, and types of burns

ତୁଳା ଲଗାନ୍ତୁ ନାହିଁ:

ପୋଡ଼ିଯାଇଥିବା ସ୍ଥାନରେ କେବେ ବି ତୁଳା ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାରେ ଲାଗିଯାଇପାରେ। ଏଭଳି କଲେ ହାତ ଆହୁରି ପୋଡ଼ିବ। ଏହା ବ୍ୟତୀତ ବ୍ୟାକ୍ଟେରିଆ ବଢ଼ିବା ସମ୍ଭାବନା ବି ରହିଛି।

ଫୋଟକା ଫଟାନ୍ତୁ ନାହିଁ:

ଜଳିଥିବା ସ୍ଥାନରେ ଯଦି କିଛି ସମୟ ପରେ ଫୋଟକା ବାହାରୁଛି ତେବେ ତାହାକୁ ଆଦୌ ଫଟାନ୍ତୁ ନାହିଁ। ଏହା ଦ୍ୱାରା ଫୋଟକା ତ ଭଲ ହେବନି ବରଂ ଆହୁରି ପୋଡ଼ା ହେବ।

 

ପୋଷାକ ଖୋଲନ୍ତୁ ନାହିଁ:

ଅତ୍ୟଧିକ ପୋଡ଼ିଯାଇଥିଲେ ତୁରନ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଯାଆନ୍ତୁ। ପୋଡ଼ିଯାଇଥିବା ସ୍ଥାନରେ ଯଦି କୌଣସି କପଡ଼ା ଲାଖି ରହିଛି ତେବେ ତାହାକୁ ବାହାର କରନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ବି ଉତୁରି ଆସିବା ଆଶଙ୍କା ରହିଛି।

ପିଇବାକୁ ପାଣି ଦିଅନ୍ତୁ ନାହିଁ:

ଅତ୍ୟଧିକ ଜଳିଯାଇଥିବା ରୋଗୀଙ୍କୁ ପିଇବାକୁ ପାଣି ଦିଅନ୍ତୁ ନାହିଁ। ତାଙ୍କୁ ପାଣି ବଦଳରେ ଓଆରଏସ୍‌ ମିଶା ପାଣି ପିଆନ୍ତୁ। କାରଣ ଜଳିଯିବା ପରେ ପାକସ୍ଥଳୀ କାମ କରିବା ବନ୍ଦ କରିଦେଇଥାଏ। ଏଣୁ ପାଣି ଶ୍ୱାସନଳୀରେ ଫସିଯାଇପାରେ। ଫଳରେ ଜୀବନ ପ୍ରତି ବିପଦ ଆସିପାରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button