ରାଜ୍ୟ

ବହୁତ ଜଲଦି ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ ଏଭଳି ସ୍ବପ୍ନ, ଜାଣନ୍ତୁ କ’ଣ

ସ୍ବପ୍ନଶାସ୍ତ୍ର ଅନୁଯାୟୀ ସ୍ବପ୍ନ ଆମକୁ ଭବିଷ୍ଯତରେ ଘଟିବାକୁ ଥିବା ଶୁଭ-ଅଶୁଭ ଘଟଣାର ପୂର୍ବ ସଂକେତ ଦେଇଥାଏ। ସେହିଭଳି କିଛି ସ୍ବପ୍ନ ଶୁଭ ଏବଂ କିଛି ଅଶୁଭ ହୋଇଥାଏ। ସ୍ବପ୍ନରେ ପଇସା ଦେଖିବା ଶୁଭ ସଂକେତ ଦେଇଥାଏ। ଯାହା ଆଗାମୀ ସମୟରେ ଆର୍ଥିକ ସ୍ଥିତି ଭଲ ରଖିବା ସହ ଲକ୍ଷ୍ମୀଙ୍କ କୃପା ଲାଗି ରହିଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ କଣ ଦେଖିବା ଶୁଭ ହୋଇଥାଏ।

cash-boxଯଦି ସ୍ବପ୍ନରେ ଆପଣଙ୍କୁ କୌଣସି ଛୋଟ ପିଲା ମସ୍ତି କରୁଥିବାର ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ବହୁତ ଜଲଦି ଧନ ବର୍ଷା ହେବାର ସମ୍ଭାବନା ରହିଛି। ଅଥବା କୌଣସି ପୁରୁଣା ନିବେଶରୁ ଲାଭ ପାଇପାରନ୍ତି। ସ୍ବପ୍ନରେ ନୋଟ୍ ଦେଖିବା ମଧ୍ଯ ଖୁବ୍ ଶୁଭ ହୋଇଥାଏ।

ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ସ୍ବପ୍ନ ଧନ ଲାଭର ସଂକେତ। ସ୍ବପ୍ନରେ ପାଣି ଦେଖିବା ମଧ୍ଯ ଧନ ସମ୍ବନ୍ଧିୟ ମାମଲାରେ ସଫଳତା ମିଳିବାର ସୂଚନା ଦେଇଥାଏ। ଏଥିସହ ସ୍ବପ୍ନରେ ବର୍ଷା ହେବା, ନଦୀ କିମ୍ବା ସମୁଦ୍ର ଦେଖାଯିବା ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

Dreamsଏହାବ୍ଯତୀତ ସ୍ବପ୍ନରେ ଧଳା ଡ୍ରେସ୍ ଦେଖିବା, ଧଳା ଫୁଲ, ବରଫ ଢାଙ୍କି ହୋଇଥିବା ପର୍ବତ, ଧଳା ମନ୍ଦିର, ଧଳା ଶଙ୍ଖ ଏବଂ ସୂର୍ଯ୍ଯ-ଚନ୍ଦ୍ର ଦେଖିବା ମଧ୍ଯ ସମୃଦ୍ଧିର ସଂକେତ। ସ୍ବପ୍ନରେ ଫୁଲ, ଫଳ କିମ୍ବା ଫଳ ଥିବା ଗଛ ଦେଖିଲେ ମଧ୍ଯ ଧନ ଲାଭ ହେବାର ସମ୍ଭାବନା ରହିଥାଏ।

sapnoସ୍ବପ୍ନରେ ହାତୀ, ଗାଈ, ଘୋଡା, ବିଛା, ବଡମାଛ, କଇଁଚ ଏବଂ କସ୍ତୁରୀ ହରିଣ ଦେଖିବା ମଧ୍ଯ ଶୁଭ ହୋଇଥାଏ। ସେହିଭଳି ସ୍ବପ୍ନରେ ଚାଉଳ, ମୁଗ, ଯଅ, ସୋରିଷ ଆଦି ଦେଖାଯିବା ମଧ୍ଯ ଧନ ପ୍ରାପ୍ତିର ସଂକେତ ଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button