ଖେଳ

ନ୍ୟୁଜିଲାଣ୍ଡ ୨୮୧ ରନ୍‌ରେ ଜିତିଲା ପ୍ରଥମ ଟେଷ୍ଟ୍‌; ସାଉଥ୍ ଆଫ୍ରିକା ୨୪୭ ରନ୍‌ରେ ଅଲ୍‌ଆଉଟ୍‌ – Ibnodisha

[ad_1]

ମାଉଣ୍ଟ୍ ମୋଙ୍ଗାନୁଇ: ନ୍ୟୁଜିଲାଣ୍ଡ୍ ପ୍ରଥମ ଟେଷ୍ଟ୍‌ରେ ସାଉଥ୍ ଆଫ୍ରିକାକୁ ୨୮୧ ରନ୍‌ରେ ହରାଇଛି । ମାଉଣ୍ଟ ମୋଙ୍ଗାନୁଇର ବେ ଓଭାଲ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାକୁ ୫୨୯ ରନ୍‌ର ଲକ୍ଷ୍ୟ ମିଳିଥିଲା । ଟିମ୍ ଚତୁର୍ଥ ଦିନର ତୃତୀୟ ସେସନ୍‌ରେ ୨୪୭ ରନ୍ କରିବାକୁ ସକ୍ଷମ ହୋଇଛି । ଡେଭିଡ୍ ବେଣ୍ଡିଂହମ୍ ୮୭ ରନ୍‌ର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍ ୫୦ ରନ୍ ମଧ୍ୟ କରିପାରି ନାହାନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିସନ୍ ୪ଟି ଏବଂ ମିଚେଲ୍ ସାଣ୍ଟନର୍ ୩ଟି ୱିକେଟ୍ ନେଇଛନ୍ତି । ଦ୍ୱିଶତକ ହାସଲ କରିଥିବା ରଚିନ୍ ରବୀନ୍ଦ୍ର ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଇନିଂସ୍‌ରେ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ । କେନ୍ ୱିଲିଅମ୍‌ସନ୍ ଉଭୟ ଇନିଂସ୍‌ରେ ଶତକ ହାସଲ କରିଥିଲେ । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଦୁଇ ଟେଷ୍ଟ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ।

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ୍‌ରେ ତୃତୀୟ ଦିନ ଖେଳ ଶେଷ ବେଳକୁ ୪ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଚତୁର୍ଥ ଦିନ ଟିମ୍ ଏହି ସ୍କୋର୍‌ରେ ଇନିଂସ୍ ଘୋଷଣା କରିବା ସହିତ ସାଉଥ୍ ଆଫ୍ରିକା ବିଜୟ ପାଇଁ ୫୨୯ ରନ୍‌ର ଲକ୍ଷ୍ୟ ଦେଇଥିଲା । ବିଶାଳ ଲକ୍ଷ୍ୟର ପିଛା କରୁଥିବା ସାଉଥ୍ ଆଫ୍ରିକା ୫ ରନ୍ ମଧ୍ୟରେ ଦୁଇଟି ୱିକେଟ୍ ହରାଇଥିଲା । ଏଡ୍‌ୱାର୍ଡ ମୁର୍ ୦ ଏବଂ କ୍ୟାପ୍‌ଟେନ୍ ନିଲ୍ ବ୍ରାଣ୍ଡ୍ ୩ ରନ୍ କରି ଆଉଟ୍ ହୋଇଥିଲେ । ୭୩ ରନ୍‌ର ସ୍କୋର୍‌ରେ ଟିମ୍ ୪ଟି ୱିକେଟ୍ ହରାଇଥିଲା । ରାୟନାର୍ଡ ଭାନ୍ ଟୋଣ୍ଡର୍ ୩୧ ଏବଂ ଜୁବେର୍ ହମ୍‌ଜା ୩୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ନଂ.୫ରେ ବ୍ୟାଟିଂ ପାଇଁ ଆସିଥିବା ଡେଭିଡ୍ ବେଣ୍ଡିଂହମ୍ ସାଉଥ୍ ଆଫ୍ରିକା ଇନିଂସ୍ ସମ୍ଭାଳିବା ସହିତ ଅର୍ଦ୍ଧଶତକ କରି ଟିମ୍‌ର ସ୍କୋର୍ ୧୦୦ ଏବଂ ପରେ ୧୫୦ ରନ୍ ପାର୍ କରାଇଥିଲେ । ସେ କିଗାନ୍ ପିଟରସନ୍‌ଙ୍କ ସହ ଶତକୀୟ (୧୦୫ ରନ୍‌) ଭାଗୀଦାରି ମଧ୍ୟ କରିଥିଲେ । ବେଣ୍ଡିଂହମ୍ ୭୮ ରନ୍ କରି ଆଉଟ୍ ହେବାପରେ ଏହି ଯୋଡ଼ି ଭାଙ୍ଗିଥିଲା । ୧୭୮ ରନ୍‌ରେ ୫ମ ୱିକେଟ୍ ହରାଇବା ପରେ ସାଉଥ୍ ଆଫ୍ରିକା ଟିମ୍ ଭୁଶୁଡ଼ି ପଡ଼ିଥିଲା । କିଗାନ୍ ପିଟରସନ୍ ୧୬, କ୍ଲାୟଡ ଫର୍ଚୁନ୍ ୧୧, ଡୁଆନ୍ ଓଲିଭର୍ ୧, ଶେଫୋ ମୋରେକି ୬ ଏବଂ ଡେନ୍ ପିଟରସନ୍ ୧୫ ରନ୍ କରି ଆଉଟ୍ ହୋଇଥିଲେ । ରୁଆନ୍ ଡେ ସ୍ୱାର୍ଟ ୩୪ ରନ୍‌ରେ ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ୍ (୪) ଓ ସାଣ୍ଟ୍‌ନର୍ (୩)ଙ୍କ ବ୍ୟତୀତ ଟିମ୍ ସାଉଦି, ମ୍ୟାଟ୍ ହେନ୍‌ରୀ ଓ ଗ୍ଲେନ୍ ଫିଲିପ୍ସ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ରେ ରଚିନ୍ ରବୀନ୍ଦ୍ରଙ୍କ ଦ୍ୱଶତକ (୨୪୦ ରନ୍‌) ଏବଂ କେନ୍ ୱିଲିଅମ୍‌ସନ୍‌ଙ୍କ ଶତକ (୧୧୮ ରନ୍‌) ବଳରେ ୫୧୧ ରନ୍ କରିଥିଲା । ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ୍ ୧୬୨ ରନ୍‌ରେ ସୀମିତ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ଇନିଂସ୍ ୧୭୯୪ରେ ଘୋଷଣା କରିବା ପରେ ସାଉଥ୍ ଆଫ୍ରିକା ୨୪୭ ରନ୍ କରିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button