ଦେଶ

ବିଦ୍ୟାଳୟ ଯାଉଥିବା ବେଳେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ – Ibnodisha

[ad_1]

ନୂଆଦିଲ୍ଲୀ: ବିଦ୍ୟାଳୟ ଯାଉଥିବା ଛାତ୍ରୀଙ୍କ ସହ ଗ୍ୟାଙ୍ଗ ରେପ୍ ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ, ଛାତ୍ରୀଙ୍କୁ ଚାରି ଜଣ ଯୁବକ ଜୋର ଜବରଦସ୍ତି ଅଟକାଇ ଗଣ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ଅଭିଯୋଗ ପରେ ପୋଲିସ ୪ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିଛି । ଦୁଷ୍କର୍ମ ପରେ ସମସ୍ତ ବ୍ୟକ୍ତି ଫେରାର ରହିଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ଘଟଣା ପରେ ନାବାଳିକା ଜଣକ ମାନସିକ ଆଘାତ ପାଇଛନ୍ତି । ପୋଲିସ ଦ୍ୱାରା ତାଙ୍କୁ ପଚରାଉଚରା କରାଯାଉଛି । ପିଡିତାଙ୍କ ବାପା କହିଛନ୍ତି ଯେ, ସକାଳ ୯ଟାରେ ତାଙ୍କ ଝିଅ ବିଦ୍ୟାଳୟ ଯିବା ସମୟରେ ଏପରି ଗନଦୁଷ୍କର୍ମ ଘଟିଛି । ସୂଚନା ଅନୁସାରେ, ସୁରୁବାର ଦିନ ୧୭ ବର୍ଷୀୟ ନାବାଳିକା ଜଣକ ଘରୁ ବିଦ୍ୟାଳୟକୁ ପଢିବା ପାଇଁ ଯାଉଥିଲା । ଏହି ସମୟରେ ରାସ୍ତାରେ ନାମଯଦ ଯୁବକ ଜଣକ ଛାତ୍ରୀଙ୍କୁ ଜବରଦସ୍ତି କରି ନିଜ ଘରକୁ ନେଇଯାଇଥିଲେ । ସେଠାରେ ସେ ନିଜ ୩ ଜଣ ସାଙ୍ଗଙ୍କ ସହ ମିଶି ନାବାଳିକାକୁ ବଳତ୍କାର କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button