ନୁହ୍ ସାମ୍ପ୍ରଦାୟିକ ସଂଘର୍ଷରେ ସମ୍ପୃକ୍ତ ଥିବା କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ହରିୟାଣା ପୁଲିସ – Ibnodisha

[ad_1]

ଗୁରୁଗ୍ରାମ: ନୁହ୍ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାର ଅନ୍ୟତମ ଅଭିଯୁକ୍ତ କଂଗ୍ରେସ ବିଧାୟକ ମାମ୍ମନ୍ ଖାଁଙ୍କୁ ଗୁରୁବାର ଦିନ ହରିୟାଣା ପୁଲିସର ସ୍ବତନ୍ତ୍ର ଟିମ୍ ଜୟପୁରରୁ ଗିରଫ କରିଛି।
ତାଙ୍କୁ ଆଜି ନୁହ୍ ଜିଲ୍ଲା ଅଦାଲତରେ ହାଜର କରାଯିବ ବୋଲି ପୁଲିସ କହିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ ତାରିଖ ଦିନ ନୁହ୍ରେ ‘ବ୍ରଜମଣ୍ଡଳ ଯାତ୍ରା’ ସମୟରେ ହିଂସାକାଣ୍ଡ ଆରମ୍ଭ ହେବା ସମୟରେ ବିଧାୟକ ମାମ୍ମନ୍ ଖାଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜନତାକୁ ଉସୁକାଇ ଥିଲେ।
ଏହି ହିଂସାକାଣ୍ଡର ତଦନ୍ତ କରୁଥିବା ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ (ଏସ୍ଆଇଟି) ଆଗରୁ ଅଗଷ୍ଟ ୨୫ ତାରିଖ ଦିନ ନୁହ୍ ଜିଲ୍ଲା ଅନ୍ତର୍ଗତ ଫିରୋଜପୁର ଝିର୍କା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ବିଧାୟକ ମାମ୍ମନଙ୍କୁ ନୋଟିସ୍ ଜାରି କରି ‘ଜନତାକୁ ଉସୁକାଇଥିବା’ ଅଭିଯୋଗ ତଦନ୍ତରେ ସହଯୋଗ କରିବାକୁ ଅଗଷ୍ଟ ୩୧ ତାରିଖରେ ହାଜାର ହେବାକୁ କହିଥିଲା।

ନୋଟିସ୍ର ପ୍ରତ୍ୟୁତ୍ତରରେ ବିଧାୟକ ମାମ୍ମନ୍ ଜର ହୋଇଥିବା ଉଲ୍ଲେଖ କରି ଏକ ଡାକ୍ତରୀ ‘ନୋଟ୍’ ପଠାଇଥିଲେ। ତା’ପରେ ସେପ୍ଟେମ୍ବର ୫ ତାରିଖ ଦିନ ହାଜର ହେବାକୁ ତାଙ୍କ ପାଖକୁ ଦ୍ବିତୀୟ ବାର ଓ ପୁଣି ଥରେ ସେପ୍ଟେମ୍ବର ୧୦ରେ ନୋଟିସ୍ ପଠାଯାଇଥିଲା। କିନ୍ତୁ, ସେ ଆସିଲେ ନାହିଁ।
ସେ ଦାବି କରୁଛନ୍ତି ଯେ, ହିଂସାକାଣ୍ଡ ଘଟଣା ଦିନ ସେ ନୁହ୍ରେ ଅନୁପସ୍ଥିତ ଥିଲେ। ତାଙ୍କୁ ମିଛରେ ଏହି ମାମଲାରେ ଫସା ଯାଇଛି କହି ଗିରଫଦାରିରୁ ରକ୍ଷା ପାଇବା ପାଇଁ ସେ ମଙ୍ଗଳବାର ଦିନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ନିବେଦନ କରିଛନ୍ତି। ଅକ୍ଟୋବର ୧୯ ତାରିଖ ଦିନ ତାଙ୍କ ଆବେଦନର ଶୁଣାଣି କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।
[ad_2]