ଅପରାଧ

ଏନଆରଆଇ କୋଟାରେ ନାମଲେଖା ନାଁରେ ୨୦ ଲକ୍ଷ ଟଙ୍କାର ଠକେଇ, ଦୁଇ ଅଭିଯୁକ୍ତ ଗିରଫ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶାରେ ଏନ୍ଆରଆଇ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ୧୩ ଜଣ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କଲେଜଗୁଡ଼ିକରେ ନାମଲେଖା ଦୁର୍ନୀତି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତମାନେ ସର୍ବନିମ୍ନ ୧୩ ଜଣ ଛାତ୍ରଙ୍କୁ ଠକିଛନ୍ତି ଏବଂ ସେମାନଙ୍କଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଛନ୍ତି। ଅଧିକ ତଦନ୍ତ ଜାରି ରହିଥିବା ବେଳେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜର ଅଭିନନ୍ଦନ ବାରିକ(୨୯) ଓ ଜଗତସିଂହପୁରର ରାଜେଶ ରୋଶନ ସାହୁ(୩୦)। ଏମାନଙ୍କ ନିକଟରୁ ୨ଟି କାର୍ ଓ ନଗଦ ୫.୪୭ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଉଭୟ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଡିଏଫ୍ ଏକାଡେମୀ ନାମକ ଏକ ଅଫିସ୍ ଚଳାଇ ସହରର ନାମୀଦାମୀ କଲେଜରେ ବିଟେକ୍, ଏମବିବିଏସ୍ ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ଅନେକଙ୍କୁ ଠକିଥିବା ଜଣାପଡ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button