ଅପରାଧ

ଅନ୍ୟ ଜାତିର ପୁଅକୁ ଭଲ ପାଇଲା ବୋଲି ଝିଅକୁ ଛୁରୀ ଭୁଶିଦେଲେ ବାପା – Ibnodisha

[ad_1]

ନୂଆଦିଲ୍ଲୀ: ଅନ୍ୟ ଜାତିର ପୁଅ ସହ ଝିଅର ପ୍ରେମ ସମ୍ପର୍କକୁ ସହି ପାରିଲେନି ବାପା। ପ୍ରଥମେ ବହୁତ ବୁଝାଇଲେ, ମାତ୍ର ନିଜ ଭଲ ପାଇବାକୁ ଭୁଲି ପାରିବନି ବୋଲି ସଫା ସଫା ଶୁଣାଇ ଦେଲା ଝିଅ। ଏଥିରେ ଉତ୍ତ୍ୟକ୍ତ ବାପା ନିଜ ହିତାହିତ ଜ୍ଞାନ ଭୁଲି ଅତି ନିର୍ମମ ଭାବେ ନିଜ ଝିଅ ଜୀବନ ନେଇଗଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରୁରେ ଘଟିଛି। କଥା ନ ମାନିବାରୁ ବ୍ୟକ୍ତିଜଣକ ନିଜ ୨୦ ବର୍ଷୀୟା ଝିଅକୁ ହତ୍ୟା କରିବାକୁ ପଛାଇ ନାହାନ୍ତି।
ମୃତା ଯୁବତୀଙ୍କ ନାମ କାଭନା ହୋଇଥିବା ବେଳେ ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବାପା ମଞ୍ଜୁନାଥଙ୍କୁ ଗିରଫ କରିଛି। ଏହି ଘଟଣା ବାଙ୍ଗାଲୁରୁ ନିକଟ ବିଦାଲୁରୁ ଗାଁରେ ଘଟିଛି।
କାଭନାଙ୍କର ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ ତାହାକୁ ବିରୋଧ କରୁଥିଲେ। ଏପରିକି ଉକ୍ତ ସମ୍ପର୍କର ଅନ୍ତ ଘଟାଇବାକୁ ସେମାନେ ତାଙ୍କୁ ଚେତାବନୀ ଦେଉଥିଲେ। ବାରମ୍ବାର କାଭନା କାହା କଥାକୁ ଖାତିର କରୁ ନ ଥିଲେ। କେବଳ କାଭନା ନୁହନ୍ତି, ତାଙ୍କ ସାନ ଭଉଣୀ ବି ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ବଡ଼ ଝିଅ ଯୋଗୁ ଏପରି ହେଉଥିବା ବେଳେ ଗାଁ ଲୋକଙ୍କ ଟାହିଟାପରା ଶୁଣିବାକୁ ପଡ଼ୁଥିବା ମଞ୍ଜୁନାଥ କହୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button