ରାଜ୍ୟ

ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା : ଆଜିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା – Ibnodisha

[ad_1]

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ତେଣୁ ଆଜିଠୁ ଏ ନେଇ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ  । ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି। ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ତାଲିମ ଦିଆଯିବ। ୮ଟି ସର୍କଲରୁ ଜଣେ ଲେଖାଏଁ ଏସିଏଫଓଙ୍କୁ ତାଲିମ ଦିଆଯିବ। ଏଥିପାଇଁ ବେଙ୍ଗାଳୁରୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍  ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି। ପ୍ରଥମେ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦିଆଯିବା ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବାର ସୂଚନା ରହିଛି  ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button