କେନାଲରୁ ଅଜଣା ମୃତଦେହ ଉଦ୍ଧାର – Ibnodisha
[ad_1]
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା ଡିଷ୍ଟ୍ରିବ୍ୟୁଟ କେନାଲ ଯାହା ଜହ୍ନାପଡା ଗ୍ରାମକୁ ଯାଇଛି, ସେହି କେନାଲରେ ଆଜି ଏକ ଅଜଣା ଶବକୁ ପୋଲିସ ଉଦ୍ଧାର କରିଛି। ରେଙ୍ଗlଲିକ୍ୟାମ୍ପରୁ ପପଙ୍ଗା ଯାଇଥିବା ମୁଖ୍ୟ କେନାଲରୁ ଏହି ଡିଷ୍ଟ୍ରିବ୍ୟୁଟ କେନାଲ ବାହାରି ଜହ୍ନାପଡ଼ା ଅଭିମୁଖେ ଯାଇଛି। ଗ୍ରାମର ଆନ୍ଧ୍ର ପଡ଼ା ପାଖରେ ଲୋକେ କେନାଲରେ ଗାଧୋଉଥିବା ବେଳେ ଶବ ଭାସୁଥିବା ଦେଖି ଅତାବିରା ପୋଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସମେତ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କୁ ଶବ ଚିହ୍ନଟ କରିବା ପାଇଁ କହିଥିଲେ। କିନ୍ତୁ ଶବଟି ଆଖପାଖ ଅଂଚଳର ହୋଇନଥିବା ଲୋକେ କହିଥିଲେ। ଫଳରେ ଅତାବିରା ଅଗ୍ନିଶମ ବିଭାଗକୁ ଡକାଇ ଥାନା ଅଧିକାରୀ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଇଥିଲେ। ଶବକୁ ଦେଖିଲେ ଜଣାପଡୁଛି ଯେ ତାହା ଜଣେ (୪୫) ବର୍ଷୀୟ ଯୁବକ ପରି ଜଣାପଡିଛି ଓ ଆଜି ସକାଳର ହୋଇଥିବା ସନ୍ଦେହ କରାଯାଉଛି କାରଣ ସବ ଟି ଫୁଲି ନାହିଁ କି ଦୁର୍ଗନ୍ଧ ମଧ୍ୟ ହେଉନାହିଁ। କେହି ଦୁର୍ବୃତ୍ତ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ଅଞ୍ଚଳର ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
[ad_2]