ଦେଶ

ସିଏଏ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର – Ibnodisha

[ad_1]

ନୂଆଦିଲ୍ଲୀ : ସିଏଏ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ସିଏଏ-ସିଟିଜେନ୍‌ସିପ୍ ଆମେଣ୍ଟମେଣ୍ଡ ଆକ୍ଟ । କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଆଜିଠାରୁ ଦେଶରେ ନାଗରିକ ସଂଶୋଧନ ବିଧେୟକ ଲାଗୁ ହେବ । ନାଗରିକ ସଂଶୋଧନ ବିଧେୟକ ବା ସିଏଏ ୫ ବର୍ଷ ତଳୁ ସଂସଦରେ ପାରିତ ହୋଇସାରିଛି    । କିଛିଦିନ ତଳେ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହା ନାଗରିକ ସଂଶୋଧନ ବିଲ୍ ଲାଗୁ ନେଇ ସ୍ପଷ୍ଟ କରିଥିଲେ । ସେ ଘୋଷଣା କରିଥିଲେ କି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ । ୨୦୧୯ ମସିହାରେ କେନ୍ଦ୍ର ସରକାର ନାଗରିକତା ଆଇନର ସଂଶୋଧନ କରିଥିଲେ । ଏଥିରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଆସିଥିବା ଅଳ୍ପସଂଖ୍ୟକ (ହିନ୍ଦୁ, ଇସାଇ, ସିଖ୍ଳ ଜୈନ, ବୌଦ୍ଧ ଓ ପାରସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ପ୍ରାବଧାନ ରହିଛି । ନିୟମ ମୁତାବକ ନାଗରିକତା ପ୍ରଦାନ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button