କର୍ଣ୍ଣାଟକରେ କୋବି ମଞ୍ଚୁରିଆନ୍ ଓ ବମ୍ବେଇ ଲଡୁ ଉପରେ ଲାଗିଲା ପ୍ରତିବନ୍ଧକ – Ibnodisha

[ad_1]
ବେଙ୍ଗାଲୁରୁ : ସୋମବାର କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ୨ଟି ଜିନିଷର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କର୍ଣ୍ଣାଟକରେ ରଙ୍ଗ ମିଶା କୋବି ମଞ୍ଚୁରିଆନ୍ ଓ ବମ୍ବେଇ ଲଡୁ ଉପରେ ଲାଗିଲା ପ୍ରତିବନ୍ଧକ। ଏହି ୨ଟି ଜିନିଷରେ ରୋଡାମାଇନ୍-ବିର ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏହାକୁ ଆଉ ବିକ୍ରି କରାଯିବ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ ବିଭିନ୍ନ ଖାଦ୍ୟ ସାମଗ୍ରୀରେ କ୍ଷତିକାରକ ରାସାୟନିକ ପଦାର୍ଥର ମିଶ୍ରଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକାରୀମାନେ ବିଭିନ୍ନ ରେସ୍ତୋରାଁରୁ କୋବି ମଞ୍ଚୁରିଆନ୍ ଓ ବମ୍ବେଇ ଲଡୁର ପ୍ରାୟ ୧୭୧ନମୁନା ସଂଗ୍ରହ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଏହି ୨ଟି ଖାଦ୍ୟରେ ୧୦୭ପ୍ରକାରର ରଙ୍ଗ ମିଶା ଯାଇଛି, ଯେଉଁଥିରେ ରୋଡାମାଇନ୍-ବି ଏବଂ ଅନ୍ୟ ରସାୟନିକ ପଦାର୍ଥ ରହିଛି। ଏହାର ସେବନ ଦ୍ବାରା ଶରୀରର ଅନେକ କ୍ଷତି ହେଉଥିବା ଜଣାପଡ଼ିବାରୁ ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରତିବନ୍ଧକ ଲାଗିବା ପରେ ଯଦି କୌଣସି ହୋଟେଲରେ ଏହାର ବ୍ୟବହାର ହୁଏ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୭ବର୍ଷ ଜେଲ ଦଣ୍ଡ ସହିତ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଘରେ କୋବି ମଞ୍ଚୁରିଆନ ତିଆରି କରୁଥିବା ଲୋକେ ବି କୌଣସି ପ୍ରକାରର ରଙ୍ଗର ବ୍ୟବହାର କରନ୍ତୁ ନାହିଁ ବୋଲି କହିଛନ୍ତି ଦୀନେଶ ଗୁଣ୍ଡୁରାଓ।
[ad_2]




