ରାଜ୍ୟ

ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି : ମନୋଜ ମହାପାତ୍ର – Ibnodisha

[ad_1]

 ରଙ୍ଗ ବଦଳାଉଥିବା ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ବିଭିନ୍ନ ଅପରାଧରେ ସଂପୃକ୍ତ ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ

 ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥକ, କର୍ମୀ ଓ ନେତା ଏବଂ ଏମାନଙ୍କ ନେତୃତ୍ୱ ନେଉଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ
 ପୋଲିସର ଶକ୍ତିକୁ କିଏ ଓ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଉଛି ?
 ରାଜ୍ୟ ପୋଲିସ ସଂଘ ଘଟଣାର ନିନ୍ଦା ନକରି ମୌନବ୍ରତର କାରଣ କଣ?
 ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏ ଘଟଣା ସଂପର୍କରେ କିଛି ଜାଣିନଥିବାର କହି ହାତ ଟେକି ବସିଛନ୍ତି କାହିଁକି ?
 ବାହୁବଳୀ ବିଧାୟକ ସୁଶାନ୍ତ ସିଂହ କଣ ଆଇନର ଉର୍ଦ୍ଧ୍ୱରେ ?
 ଦୀର୍ଘ ସମୟ ଧରି ଥାନାରେ ଆତଙ୍କରାଜ ଚଲାଇଥିବା ଏହି ବିଜେଡି ଗୁଣ୍ଡାମାନଙ୍କ କାର୍ଯ୍ୟକଳାପ କୌଣସି ଗୁଣରେ ମାଓ କାର୍ଯ୍ୟକଳାପଠୁଁ କମ୍ ନଥିଲା
 ପୋଲିସ ବିଭାଗକୁ ପଙ୍ଗୁ ବୋଲି କହି ସୁଶାନ୍ତ ସିଂହ ସିଧାସଳଖ ଗୃହ ବିଭାଗର ମୁଖ୍ୟ ପଙ୍ଗୁ ବୋଲି କହିଛନ୍ତି
 ଯଦି ମୁଖ୍ୟମନ୍ତ୍ରୀ ନିଜକୁ ଅଯୋଗ୍ୟ ଭାବୁଛନ୍ତି, ତାହାଲେ ସେ ଗୃହବିଭାଗ ଛାଡିଦିଅନ୍ତୁ

ଭୁବନେଶ୍ୱର,: ‘ଲ ଲେସ୍ ନେସ\’ ଓଡିଶା ରାଜ୍ୟ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାରମ୍ବାର ସତର୍କ କରାଇ ଆସୁଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆଦୌ କର୍ଣ୍ଣପାତ କରୁନାହାନ୍ତି । ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି । ବାରମ୍ବାର ନିଜ ରଙ୍ଗ ବଦଳାଉଥିବା ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ବିଭିନ୍ନ ଅପରାଧରେ ସଂପୃକ୍ତ ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଥିବାରୁ ଆଜି ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି । ଏମାନେ ସମସ୍ତେ ଶାସକ ବିଜୁ ଜନତା ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି । ଏମାନଙ୍କ ନେତୃତ୍ୱ ନେଉଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ । ସେମାନଙ୍କ ବିରୁଦ୍ଧରେ ୧୨୦-ବି ଅପରାଧୀକ ଷଡଯନ୍ତ୍ର, ୩୦୭-ହତ୍ୟା ଉଦ୍ୟମ, ୩୯୫-ଡକାୟତି, ୪୫୫-ବେଆଇନ ଭାବେ ଗୃହରେ ପ୍ରବେଶ ଭଳି ସଙ୍ଗୀନ ଦଫା ଲାଗିଛି । ସିସିଟିଭି ଫୁଟେଜ ସହ ଅନେକ ଫଟୋ ଚିତ୍ରର ସବୁ ପ୍ରମାଣ ଥାଇ ବି ମାତ୍ର ୧୦୨ଜଣଙ୍କ ନାଁରେ ପୋଲିସ ମାମଲାରେ ରୁଜୁ କରିଛି ଏବଂ ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଓ କାହା ଚାପରେ ଗିରଫ କରାଯାଉନାହିଁ ? ପୋଲିସର ଶକ୍ତିକୁ କିଏ ଓ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଇଛି ? ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏ ଘଟଣା ସଂପର୍କରେ କିଛି ଜାଣିନଥିବାର କହି ହାତ ଟେକି ବସିଛନ୍ତି କାହିଁକି ? ବାହୁବଳୀ ବିଧାୟକ ସୁଶାନ୍ତ ସିଂହ କଣ ଆଇନର ଉର୍ଦ୍ଧ୍ୱରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଗଂଜେଇ ଚାଲାଣ ହେଉଥିବାର ଗୁଇନ୍ଦା ବିଭାଗରୁ ସୁଚନା ପାଇ ଆମ୍ବାଭୋନା ପୋଲିସ ରେଡ୍ ପାଇଁ ଯାଇଥିବାବେଳେ ଅଭିଯୁକ୍ତମାନେ ବାଧା ସୃଷ୍ଟି କରିଥିଲେ ଏବଂ ୨ ଘଂଟା ପରେ ସଂଘବଦ୍ଧ ହୋଇ ଥାନାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଥାନାଧିକାରୀ ଆଦିବାସୀ ବର୍ଗର ହୋଇଥିବାରୁ ତାଙ୍କୁ ଆକ୍ଷେପ କରି ଗାଳିଗୁଲଜ ଓ ଧମକ୍ ଦେବାକୁ ପଛାଇନାହାନ୍ତି ସୁଶାନ୍ତ ସିଂହ ଓ ତାଙ୍କ ଟିମ୍ । ଦୀର୍ଘ ସମୟ ଧରି ଥାନାରେ ଆତଙ୍କରାଜ ଚଲାଇଥିବା ଏହି ବିଜେଡି ଗୁଣ୍ଡାମାନଙ୍କ କାର୍ଯ୍ୟକଳାପ କୈାଣସି ଗୁଣରେ ମାଓକାର୍ଯ୍ୟକଳାପଠୁଁ କମ୍ ନଥିଲା । ଅନ୍ୟ ପଟେ ଏହି ଦଙ୍ଗାର ନେତୃତ୍ୱ ନେଇଥିବା ଶ୍ରୀ ସିଂହ ପୋଲିସ ଉପରେ ଦୋଷ ଲଦି ଦେଇ ପ୍ରତ୍ୟକ୍ଷ ଭାବେ ରାଜ୍ୟର ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥାକୁ ଖୁଲାସା କରିଦେଇଛନ୍ତି । ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଥିବାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚ ସୃଷ୍ଟି କରିଛନ୍ତି । ପୋଲିସ ବିଭାଗକୁ ପଙ୍ଗୁ ବୋଲି କହି ଶ୍ରୀ ସିଂହ ସିଧାସଳଖ ଗୃହ ବିଭାଗର ମୁଖ୍ୟଙ୍କୁ ପଙ୍ଗୁ ବୋଲି କହିଥିବାର ଶ୍ରୀ ମହାପାତ୍ର କହିଛନ୍ତି ।
ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଇବା ପାଇଁ ‘ପୋଲିସ ସଂଘ’ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଥିଲେ । ଏ ଆଦିବାସୀ ଏସ୍‌ଆଇ ପୋଲିସ ସଂଘର ସଦସ୍ୟ ନୁହନ୍ତି କି ? ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ପୋଲିସ ସଂଘ ଗଲା କୁଆଡେ? କାହିଁକି ମୁହଁ ଲୁଚାଇଛି ପୋଲିସ ସଂଘ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟ୍ ସହଯୋଗୀକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଆଜି ନିଜ ଦଳର ବିଧାୟକ, ନେତାଙ୍କ ପାଇଁ ତାଙ୍କୁ ସୁରକ୍ଷା ଦେଉଥିବା ପୋଲିସ ବିଭାଗ ନିଜକୁ ଅସୁରକ୍ଷିତ ମଣୁଛି । ରାଜ୍ୟକୁ ଅରାଜକତା କବଳରୁ ମୁକ୍ତି ଦିଅନ୍ତୁ । ତୁରନ୍ତ ଷଡଯନ୍ତ୍ରକାରୀ ଭଟଲୀ ବିଧାୟକଙ୍କ ସମେତ ସମସ୍ତ ଅପରାଧିକୁ ଗିରଫ କରିବା ପାଇଁ ଗୃହବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଯଦି ନକରନ୍ତି ତାହାଲେ ଗୃହବିଭାଗ ଛାଡନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button