ରାଜ୍ୟ

ବ୍ଲାଷ୍ଟିଂ ପଥର ବାଜି ଯୁବକ ମୃତ – Ibnodisha

[ad_1]

ଦାମନଯୋଡ଼ି : ଦାମନଯୋଡ଼ି ଥାନା ଅଧୀନସ୍ଥ ମରିଚମାଳ ଗାଁରେ ବ୍ଲାଷ୍ଟିଂ ପଥର ବାଜି ଯୁବଙ୍କର ମୃତ୍ୟ ଘଟିଛି। ତେବେ ମୃତକଙ୍କ ପରିଚୟ ରିତେଶ ମାଝୀ ବୋଲି ଜଣାପଡିଛି। ଗତକାଲି ରିତେଶ ନିଜ ସମ୍ପର୍କୀୟ ଭାଇ ସହ ଗାଁ ନିକଟ ନଦୀକୁ ଯାଇଥିଲା। ଦୁହେଁ ପୋଲ ଉପରେ ଠିଆ ହୋଇଥିବାବେଳେ ନିକଟରେ ଥିବା କୁଆଁରୀରେ ବ୍ଲାଷ୍ଟିଂ ହୋଇଥିଲା। ସେହି ଠାରୁ ଏକ ପଥର ଛିଟିକି ଆସି ରିତେଶର ମୁଣ୍ଡରେ ବାଜିଥିଲା। ଯାହାଫଳରେ ରିତେଶ ଗୁରୁତର ଆହତ ହୋଇଥିଲେ। ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଖବର ପାଇ ସେମିଳିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button