IBN ଓଡ଼ିଶା ବ୍ୟୁରୋରାଜନୀତି

ଓଡ଼ିଆରେ ଶପଥ ଗ୍ରହଣ କଲେ 4 ରାଜ୍ୟସଭା ସାଂସଦ

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର:ଆଜି ଓଡିଶାର ନବ ନିର୍ବାଚିତ 4 ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି। ବିଜେଡିର ଏହି 4 ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତ କରୋନା ମହାମାରୀ ପାଇଁ ସଂସଦରେ ଥିବା ରାଜ୍ୟସଭା ଚାମ୍ବରରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧକ୍ଷ ଭେଂକିୟା ନାଇଡୁ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଏହି 4 ସାଂସଦ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି।
ତେବେ ପ୍ରଥମ ଥର ପାଇଁ ରାଜ୍ୟସଭା ଚାଲୁ ନଥିବା ସମୟରେ ରାଜ୍ୟସଭାରେ ଶପଥ ଗ୍ରହଣ କରିଲେ ସାଂସଦ। ଶପଥ ଗ୍ରହଣ ସମାରୋହରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମ ପାଳନ କରାଯାଇଛି। ଅଧକ୍ଷ ନିଜେ ମାସ୍କ ପିନ୍ଧିଥିଲେ। ଏତଦ୍ ବ୍ୟତୀତ ଗୃହର ମଧ୍ୟ ଭାଗରେ ସାଂସଦ ମାନଙ୍କ ପାଇଁ ସାନିଟାଇଜର ରଖାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button