ଦେଶ

ହାଇଦ୍ରାବାଦରେ ଓଡ଼ିଆ ଆଇଆଇଟି ଛାତ୍ରୀଙ୍କ ମୃତ୍ୟୁ – Ibnodisha

[ad_1]

ସୁବର୍ଣ୍ଣପୁର : ଆଇଆଇଟି ହାଇଦ୍ରାବାଦରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲାର ଓଡ଼ିଆ ଛାତ୍ରୀ ମମିତା ନାଏକ(୨୧) ହାଇଦ୍ରାବାଦ ଆଇଆଇଟିରେ ଏମ.ଟେକ୍‌ କରୁଥିଲେ। ରାତିରେ ସବୁ ଛାତ୍ରୀ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବାବେଳେ ମମିତା ଯାଇନଥିଲେ ।

ଏହାପରେ ତାଙ୍କର ଜଣେ ସହପାଠୀ ତାଙ୍କୁ ଫୋନ କରିଥିଲେ, ମାତ୍ର ସେ ଫୋନ୍‌ ଉଠାଇ ନ ଥିଲେ। ସେ କାହିଁକି ଫୋନ୍‌ ଉଠାଉନାହାନ୍ତି ସନ୍ଦେହ ହେବାରୁ ତାଙ୍କ ରୁମକୁ ଆସି ସହପାଠିନୀମାନେ ଦେଖିଥିଲେ। ଦେଖିବା ପରେ ଜଣାପଡ଼ିଥିଲା ସେ ଆତ୍ମହତ୍ୟା କରିଛନ୍ତି। ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା। ପୁଲିସ ମମିତାଙ୍କ ରୁମରୁ ଗୋଟିଏ ମୃତ୍ୟୁ​‌େ​‌ଲେଖ ଜବତ କରିଛି । ଅର୍ଥାଭାବ ଓ ପାଠପଢ଼ାର ଚାପ କାରଣରୁ ସେ ସୁଇସାଇଡ୍ କରିଥିବା ସେଥିରେ ଉଲ୍ଲେଖ ରହିଥିବା ପୁଲିସ ସୂଚନା ଦେଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button