ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୦ଜଣରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର – Ibnodisha

[ad_1]

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଆହତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବନ୍ଦାଳ ଛକ ବାଇପାସ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ ଶ୍ରମିକ ବନ୍ଦାଳ ଠାରେ ଚାଷ ଜମିରେ କାମ ସାରି ଏକ ଟ୍ରାକ୍ଟର ଯୋଗେ ଛତିଆକୁ ଫେରୁଥିବା ସମୟରେ ବନ୍ଦାଳ ବାଇପାସ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ମାନେ ଟ୍ରାକ୍ଟର ଡାଲାରେ ଯାଉଥିବା ସମୟରେ ଏହିଭଳି ଅଘଟଣ ଘଟିଥିବା ବେଳେ ବଡ଼ଚଣା ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button