ରାଜ୍ୟ

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ମୃତ – Ibnodisha

[ad_1]

ଦେବଗଡ : ୨୩ ନମ୍ବର ଜାତୀୟ ରାଜପଥରେ ଦୁଇ ମଟରସାଇକଲ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକଙ୍କ ମଧ୍ୟରୁ ଜଣେ ନିକଟସ୍ଥ ବଲାଣୀ ଗ୍ରାମର ଚିନ୍ତାମଣି ସାହୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ । ଯୁବକ ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଅନୁମାନ କରାଯାଇଛି । ବାଇକ ସହ ଅନ୍ୟ ଏକ ବାଇକ ମଧ୍ୟରେ ୨୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଛି । ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button