ରାଜନୀତି

ଘରକୁ ପଶିବା ମାତ୍ରକେ ବିଜେପି ନେତା ମନୋଜ ତୀୱାରିଙ୍କର ଏପରି ଭବ୍ୟ ସ୍ବାଗତ କଲେ ପତ୍ନୀ – Ibnodisha

[ad_1]

ନୂଆଦିଲ୍ଳୀ: ବିଜେପି ନେତା ମନୋଜ ତୀୱାରି ସେ‌ପ୍ଟେମ୍ବର ୨୦ ତାରିଖରେ ଘରକୁ ଫେରିବା ପରେ ଏକ ବିଶେଷ ସର୍‌ପ୍ରାଇଜ୍‌ ଦେଇଛନ୍ତି ପତ୍ନୀ। ସେ ମନୋଜଙ୍କ ଘରକୁ ଫେରିବା ନେଇ ଭବ୍ୟ ସମ୍ବୋଧନ କରିଛନ୍ତି। ପତ୍ନୀ ମନୋଜ ଘରକୁ ଆସିବା ପରେ ଆରତୀ ଥାଳି ଧରି ତାଙ୍କର ସ୍ବାଗତ କରିଥିବା ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି।

ଲୋକସଭାରେ ମହିଳା ଆରକ୍ଷଣ ବିଲ୍‌ ପାସ୍‌ କରି ସ୍ବାମୀ ଘରକୁ ଫେରିବା ପରେ ଏପରି ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ପତ୍ନୀ। ଦୁଇ ଦିନର କଳ୍ପନାଜଳ୍ପନା ପରେ ଶେଷ‌ରେ ବୁଧବାର ଦିନ ମହିଳା ଆରକ୍ଷଣ ବିଲ୍‌ ଉପରେ ବାଜିଛି ମୋହର।

ଏହି ବିଲ୍‌ ପାସ୍‌ ହେବା ନେଇ ମନୋଜ ତୀୱାରିଙ୍କ ପତ୍ନୀ ଖୁବ୍ ଆନନ୍ଦିତ ଅଛନ୍ତି ଓ ଅତ୍ୟନ୍ତ ଖୁସିରେ ସ୍ବାମୀଙ୍କ ପ୍ରତି ଏପରି ମିଠା ଆଚରଣ ପ୍ରଦର୍ଶନ କରିଛନ୍ତି। ତେବେ ପତ୍ନୀ ଆରତୀ କରି ମନୋଜଙ୍କୁ ଘରକୁ ସ୍ବାଗତ କରିବା ବେଳର ଭିଡିଓ‌କୁ ଟ୍ବିଟର୍‌ରେ ନିଜେ ସେୟାର୍‌ କରିଛନ୍ତି ବିଜେପି ନେତା।

ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ମୋତେ ଗର୍ବ ଯେ ତୁମେ ମୋଦୀଜୀଙ୍କ ସିପାହୀ। ଏପରି କହି ମୋ ପତ୍ନୀ ମୋତେ ସର୍‌ପ୍ରାଇଜ୍‌ କରି ଦେଇଛନ୍ତି। ମହିଳା ଆରକ୍ଷଣ ବିଲ୍‌ ପାସ୍‌ କରି ଘରକୁ ପ୍ରବେଶ କରିବା ବେ‌ଳେ ଏପରି ଭାବେ ମୋର ସ୍ବାଗତ କରାଯାଇଛି। ଇଏ ତ କମାଲ୍‌ ହୋଇଗଲା। ଧନ୍ୟବା‌ଦ୍‌ ମୋଦୀଜୀ।’’

ଭିଡିଓରେ ମନୋଜ ଘରକୁ ଆସିବା ମାତ୍ରେ ତାଙ୍କ ପତ୍ନୀ ତିଳକ ଲଗାଇ ଆରତୀ ଉତାରିବାର ଦୃଶ୍ୟ ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button