ରାଜ୍ୟ

ରାଜ୍ୟର ପ୍ରମୁଖ ମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ ଘିଅ

ଆଜି ପବିତ୍ର ଗୋପାଷ୍ଟମୀ। ଏହି ଅବସରରେ ମନ୍ତ୍ରୀଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରେ ନୂଆ ଅତିଥି। ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ।

ଏଥିସହିତ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ। ରାଜ୍ୟର ପ୍ରସିଦ୍ଧ ଦେବାଳୟ ଗୁଡ଼ିକରେ କେବଳ ଓମ୍‌ଫେଡ ଘିଅ ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ପୁରୀ ଶ୍ରୀମନ୍ଦିରରେ ଓମ୍‌ଫେଡ ଘିଅ ବ୍ୟବହୃତ ହେଉଛି। ରାଜ୍ୟର ପ୍ରସିଦ୍ଧ ଦେବାଳୟ ଗୁଡ଼ିକରେ ବି ଓମ୍‌ଫେଡ ଘିଅ ବ୍ୟବହୃତ ହେବ। ଗ୍ରାମାଞ୍ଚଳରେ ବି ଓମ୍‌ଫେଡ ଷ୍ଟଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଗ୍ରାମାଞ୍ଚଳରେ ଦିନକୁ ଦିନ ଓମ୍‌ଫେଡ ଦ୍ରବ୍ୟର ଚାହିଦା ବଢ଼ିବାରେ ଲାଗିଛି। ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ପାଇଁ ପ୍ରତି ଗ୍ରାମରେ ଓମ୍‌ଫେଡ ଷ୍ଟଲ୍‌ ପ୍ରତିଷ୍ଠରା କରାଯିବ। ଆମ ସରକାର ଓଡ଼ିଶାରେ ଦୁଗ୍ଧ ଉତ୍ପାଦନକୁ ପ୍ରାଥମିକତା ଦେଉଛୁ ବୋଲି କହିଛନ୍ତି ମନ୍ତ୍ରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button