ଦେଶ

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ‘ଆପ୍‌’ ଜାରି କଲା ଦ୍ୱିତୀୟ ପ୍ରାର୍ଥୀ ତାଲିକା – Ibnodisha

[ad_1]

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨୧ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହା ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ଦଳ ୨୩ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା।
ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଦଳ ବିକାନେର ପଶ୍ଚିମରୁ ମନୀଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ଯୋଶୀ, ପୂର୍ବତନ ଆଇଆର୍‌ଏସ୍ ଅଧିକାରୀ ଆରପି ମୀନା, ହରଦନ ସିଂହ ଗୁଜ୍ଜର ଯଥାକ୍ରମେ ଯୋଧପୁର, ଛାବ୍ରା ଏବଂ ବେହରୋରରୁ ପ୍ରାର୍ଥୀ ହୋଇଛନ୍ତି।
ଦଳ ପକ୍ଷରୁ ଯଥାକ୍ରମେ ସୱାଇ ମାଧୋପୁର, ବାଲି, ଖାନପୁର ଓ ରାମଗଡ଼ରୁ ମୁକେଶ ଭୁପ୍ରେମି, ଲାଲ ସିଂ, ଦୀପେଶ ସୋନି, ବିଶ୍ୱେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।
ଝାବର ସିଂହ ଖିଚର, ହେମନ୍ତ କୁମାର କୁମାୱତ, ଡାକ୍ତର ସଞ୍ଜୁ ବାଲା, ଦିଲ୍ଲୀପ କୁମାର ମୀନା, ଅର୍ଚ୍ଚିତ ଗୁପ୍ତା, ପୁରଣ ମାଲ ଖଟିକ, ହିନା ଫିରୋଜ ବେଗ, ରୋହିତାଶ ଚତୁର୍ବେଦୀ ଯଥାକ୍ରମେ ସିକର, ଚୋମୁ, ରତନଗଡ଼, ପିପଲଦା, ସିଭିଲ ଲାଇନ୍‌ସ, ଶାହପୁରା, କରୌଲି ଏବଂ ନଦବାଇରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଆପ୍ ପୂର୍ବରୁ ୩ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button