ଖେଳ

ଇଞ୍ଜେକ୍ସନ୍ ନେଇ ବିଶ୍ୱକପ୍ ଖେଳିଥିଲେ ଶମୀ – Ibnodisha

[ad_1]

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପ୍ରମୁଖ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କ ସମ୍ପର୍କରେ ଏକ ଚମକପ୍ରଦ ଖବର ପଦାକୁ ଆସିଛି । ଭାରତରେ ଆୟୋଜିତ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ରେ ଶମୀ ଲଗାତାର ଇଞ୍ଜେକ୍ସନ୍ ନେଇ ଖେଳିଥିଲେ ବୋଲି ତାଙ୍କ ସହ ବେଙ୍ଗଲ ପକ୍ଷରୁ ଖେଳୁଥିବା ଜଣେ କ୍ରିକେଟର୍ ପ୍ରକାଶ କରିଛନ୍ତି । ଏହି ସାଥୀ ଖେଳାଳି ଜଣକ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, କମ୍ ଲୋକ ଜାଣନ୍ତି ଯେ ଏହି ଫାଷ୍ଟ୍ ବୋଲର୍‌ଙ୍କ ବାମ ଗୋଇଠିର ଆଘାତ ବହୁ ପୁରୁଣା ।

ସେ କହିଛନ୍ତି, ବିଶ୍ୱକପ୍ ବେଳେ ଶମୀ ଯନ୍ତ୍ରଣା ସହ ସଂଘର୍ଷ କରୁଥିଲେ । ବିଶ୍ୱକପ୍‌ରେ ଖେଳିବା ନିମନ୍ତେ ସେ ଲଗାତାର ଇଞ୍ଜେକ୍ସନ୍ ନେଉଥିଲେ । ସୂଚନାଯୋଗ୍ୟ, ନିକଟରେ ସମ୍ପନ୍ନ ବିଶ୍ୱକପ୍‌ରେ ଶମୀ ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ । ସେ ସାତଟି ମ୍ୟାଚ୍‌ରୁ ମୋଟ ୨୪ ୱିକେଟ୍ ଅକ୍ତିଆର କରିଥିଲେ । ଏହା ମଧ୍ୟରେ ୭/୫୭ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକା ଗସ୍ତରେ ଯାଇଛି । ଶମୀ ଏହି ଗସ୍ତରେ ଟିମ୍ ସହିତ ଯାଇନାହାନ୍ତି ।

ବିସିସିଆଇ ପକ୍ଷରୁ ଘୋଷିତ ଟେଷ୍ଟ୍ ଟିମ୍‌ରେ ଶମୀ ସାମିଲ ଥିଲେ । ତେବେ ଫିଟ୍ ନଥିବାରୁ ଶମୀ ଟେଷ୍ଟ୍ ସିରିଜ୍‌ରୁ ବାଦ୍ ପଡ଼ିଥିବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା । ତେବେ ତାଙ୍କ ବଦଳ ଖେଳାଳି ଭାବେ ବୋର୍ଡ ଟିମ୍‌ରେ କାହାରିକୁ ସାମିଲ କରିନଥିଲା । ପ୍ରଥମ ଟେଷ୍ଟ୍ ପରେ ଏବେ ଦ୍ୱିତୀୟ ଟେଷ୍ଟ୍ ପାଇଁ ଆଭେସ୍ ଖାନ୍‌ଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ଟିମ୍‌ରେ ସାମିଲ କରାଯାଇଛି । ଶମୀଙ୍କ ଅନୁପସ୍ଥିତିରେ ପ୍ରସିଦ୍ଧ କ୍ରିଷ୍ଣା ସେଞ୍ଚୁରିଅନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ପଦାର୍ପଣ ସୁଯୋଗ ପାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button