ଦେଶ

ମହାରାଷ୍ଟ୍ର: ଫ୍ଲାଏ ଓଭର୍‌ ଉପରେ କାର୍‌ରେ ଲାଗିଲା ଭୀଷଣ ନିଆଁ, ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ଗାଡ଼ି – Ibnodisha

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାଗପୁରର ସୀତାବାଡ଼ି ଫ୍ଲାଏ ଓଭରରେ ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ଜଳୁଥିବା ସମୟରେ କାରର ଏକ ଭିଡିଓ ସାମ୍ନାକୁ ଆସିଛି। ଆଦିବାସୀ ସହିଦ ଫ୍ଲାଏ ଓଭରରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି କାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇ କାର୍‌ରୁ ଓହ୍ଲାଇ ପଡ଼ିଥିଲେ।
ଠିକ୍‌ ସମୟରେ ଉପସ୍ଥିତ ବୁଦ୍ଧି ଯୋଗୁ କାର୍‌ରେ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଥିଲା। କିନ୍ତୁ କାରଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି। ତେବେ ଯାତ୍ରୀମାନେ କେହି ଆହତ ହୋଇଥିବା ନେଇ ଖବର ନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହାର ଭିଡିଓ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁସାରେ, ଧଳା ରଙ୍ଗର ଏକ କାର ରହଟେ କଲୋନୀ ଚୌକରୁ ଜିରୋ ମାଇଲ୍ ଚୌକ ଆଡକୁ ଯାଉଥିଲା। ଏହି ସମୟରେ ମୋର୍ ଭବନ ନିକଟ ଫ୍ଲାଏ ଓଭର ଉପରେ ହିଁ କାର୍‌ରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ ଏବଂ ନିଜେ ବାହାରି ଆସିଥିଲେ।
ଚାହୁଁ ଚାହୁଁ କାର୍‌ଟି ଜଳିବା ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଏ ନେଇ ସୀତାବାଡ଼ି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସିଭିଲ୍ ଲାଇନ୍‌ର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button