ରାଜ୍ୟ

୪୨ ପ୍ରତିଶତ ଚର୍ମରୋଗୀ ନିଦ୍ରାହୀନତାର ଶିକାର: ସର୍ଭେ – Ibnodisha

[ad_1]

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବୃଦ୍ଧି ପାଉଛି ରୋଗ । ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦ ଦେଶର ପ୍ରାୟ ୫୦ ହଜାର ବୟସ୍କ ଚର୍ମ ରୋଗରେ ପୀଡିତ ବୋଲି ଜଣାପଡିଛି । ତେବେ ନିକଟରେ ଚର୍ମରୋଗ ଏବଂ ନିଦ୍ରାହୀନତାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଚର୍ମରୋଗରେ ପୀଡିତ ରୋଗୀଙ୍କ ମଧ୍ୟରୁ ୪୨ ପ୍ରତିଶତ ନିଦ୍ରାହୀନତାର ସମ୍ମୁଖୀନ ହୋଇଥାଆନ୍ତି । ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋପିଆନ ଏକାଡେମୀ ଅଫ ଡର୍ମାଟଲୋଜି ଆଣ୍ଡ ଭେନେରୋଲୋଜି ଉକ୍ତ ଅଧ୍ୟୟନକୁ ଉପସ୍ଥାପନ କରିଛି । ତେବେ ଏହି ଅଧ୍ୟୟନ ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ କରାଯାଇଥିଲା । ତେବେ ୪୨ ପ୍ରତିଶତ ଚର୍ମରୋଗୀ ନିଦ୍ରାଜନିତ ସମସ୍ୟାରେ ସମ୍ମୁଖୀନ ହୋଇଥିବା ଜଣାପଡିଥିଲା । ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ୪୯ ପ୍ରତିଶତ ଚର୍ମରୋଗୀଙ୍କ କାର୍ଯ୍ୟଦକ୍ଷତା ହ୍ରାସ ପାଇଥିଲା ଅର୍ଥାତ କାର୍ଯ୍ୟ କରିବା ପାଇଁ ଆଗ୍ରହ କମି ଯାଇଥିଲା । କିନ୍ତୁ ସର୍ଭେରେ ୧୯ ପ୍ରତିଶତ ରୋଗୀଙ୍କର ଚର୍ମରୋଗ ନଥିଲା ।

ତେବେ ଚର୍ମରୋଗୀଙ୍କ ନିଦ୍ରାହୀନତାର କାରଣ ମଧ୍ୟ ଅଲଗା ରହିଥିଲା । କୁଣ୍ଡିଆ ଏବଂ ଜଳାପୋଡା ଯୋଗୁଁ ନିଦ୍ରାରେ ବାଧା ସୃଷ୍ଟି ହୋଇଥିଲା । ୮୧ ପ୍ରତିଶତ ଚର୍ମରୋଗୀ ଥକ୍କା ଲାଗିଲା ଭଳି ଅନୁଭବ କରୁଥିବା ବେଳେ ୬୪ ପ୍ରତିଶତ ଅଣଚର୍ମରୋଗୀ ଏଭଳି ଅନୁଭବ କରିଥିଲେ । ଅନ୍ୟପଟେ ୬୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ କୁଣ୍ଡିଆ ସମସ୍ୟା ଦେଖାଦେଇଥିବା ବେଳେ ୧୭ ପ୍ରତିଶତଙ୍କ ଠାରେ ଜଳାପୋଡା ସମସ୍ୟା ଦେଖାଯାଇଥିଲା । ଏହାସହ ଶୋଇବା ଉଠିବା ପରେ ଥକ୍କାପଣ ଦେଖାଯାଇଥିଲା । ସେଭଳି ଆଖିରେ ସମସ୍ୟା ୫୮ ପ୍ରତିଶତ ଚର୍ମରୋଗୀଙ୍କ ଠାରେ ଦେଖାଯାଇଥିବା ବେଳେ ବାରମ୍ବାର ହାଇ ମାରିବା ସମସ୍ୟା ମଧ୍ୟ ୭୨ ପ୍ରତିଶତଙ୍କ ଠାରେ ଦେଖାଯାଇଥିଲା । ତେବେ ଏହି ଲକ୍ଷଣ ଘାତକ ବୋଲି କୁହାଯାଇଥିବା ବେଳେ ରୋଗ ଚିହ୍ନଟ କରି ଚିକିତ୍ସା ଜରୁରୀ ବୋଲି ପ୍ୟାରିସର ଇଏମଏମଏ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ଚାର୍ଲସ ତାଇଏବ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button