୧୩ଟି ରାଜ୍ୟର ୨୬ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ – Ibnodisha
[ad_1]
ନୂଆଦିଲ୍ଲୀ : ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ନିର୍ବାଚନ ଆୟୋଗ ଶନିବାର ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ସହ ବିହାର ଓ ଗୁଜରାଟ ସମେତ ୧୩ଟି ରାଜ୍ୟର ୨୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଗତଥର ଭଳି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଯେଉଁ ଯେଉଁ ରାଜ୍ୟରେ ଖାଲି ଥିବା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ, ସେସବୁ ରାଜ୍ୟ ହେଲେ ବିହାର,ଗୁଜରାଟ,ହରିୟାଣା, ଝାରଖଣ୍ଡ, ହିମାଚଳପ୍ରଦେଶ,ମହାରାଷ୍ଟ୍ର, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡୁ । ଏସବୁ ରାଜ୍ୟରେ ଖାଲିଥିବା ମୋଟ ୨୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଗୁଡ଼ିକ ମଧ୍ୟରୁ ହିମାଚଳ ପ୍ରଦେଶରେ ସର୍ବାଧିକ ୬ଟି ଆସନ, ଗୁଜରାଟର ୫ଟି ଓ ଉତ୍ତରପ୍ରଦେଶର ୪ଟି ଆସନ ପାଇଁ ଉପନିର୍ବାଚନ ହେବ । ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ରେ ମତଦାନ ହେବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ପାଇଁ ମେ ୭, ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩, ପଞ୍ଚମ ପର୍ଯ୍ୟାୟ ପାଇଁ ମେ ୨୦, ଷଷ୍ଠ ପର୍ଯ୍ୟାୟ ପାଇଁ ମେ ୨୫ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ୧ ରେ ମତଦାନ ହେବ। ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ସେହିଦିନ ୨୬ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ।
[ad_2]