IBN ଓଡ଼ିଶା ବ୍ୟୁରୋ

କେବଳ ଚିନି ନୁହେଁ ଲୁଣରୁ ବି ହେଉଛି ମଧୁମେହ, ଅଧିକ ଲୁଣ ଖାଉଥିଲେ ଜାଣନ୍ତୁ ପୁରା ଖବର

କଣ ଆପଣ ଜାଣନ୍ତି କି କେବଳ ଚିନିରୁ ନୁହେଁ ବରଂ ଲୁଣରୁ ବି ହୋଇପାରେ ମଧୁମେହ । ତେବେ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଲୁଣରୁ ପୁଣି ମଧୁମେହ । ହେଲେ କଥାଟି ସତ । ଆମେ ଏହାକୁ ମନରୁ କହୁ ନାହୁଁ ବରଂ ଏହା ଏକ ରିସର୍ଚରୁ ଜଣା ପଡିଛି । ତେବେ ଯଦି ଆପଣ ଅଧିକ ଲୁଣ ଖାଇବା ପସନ୍ଦ କରନ୍ତି ଯେତେଦୂର ସମ୍ଭବ ଏହାର ଅଭ୍ୟାସ ବନ୍ଦ୍ କରି ଦିଅନ୍ତୁ ।

ଜି

କାରଣ ଲୁଣ ଦ୍ୱାରା କେବଳ ମଧୁମେହ ନୁହେଁ ଭବିଷ୍ୟତରେ ଏପରି ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ି ପାରେ ଆପଣଙ୍କୁ । ଆମେରିକାର ତୁଲାନୋ ୟୁନିଭରସିଟିରେ କରା ଯାଇଥିବା ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଖାଦ୍ୟରେ ଅଧିକ ଲୁଣର ସେବନ ମଧୁମେହର ଆଶଙ୍କା ସୃଷ୍ଟି କରିଥାଏ ।

ଏହି ଅଧ୍ୟୟନ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକଙ୍କ ଖାଦ୍ୟାଭାସକୁ ନେଇ କରା ଯାଇଥିଲା । ଯେଉଁଥିରେ ଜଣା ପଡିଥିଲା ଯେ ଯେଉଁ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି ସେମାନଙ୍କ ନିକଟରେ ଟାଇପ୍ -୨ ଡାଇବେଟିସ ଦେଖା ଦେଇଥିଲା । ଯେଉଁ ଲୋକ ମାନେ କମ୍ ଲୁଣ ଖାଆନ୍ତି ସେମାନଙ୍କ ତୁଳନାରେ ଅଧିକ ଲୁଣ ଖାଉଥିବା ବ୍ୟକ୍ତିଙ୍କ ଠାରେ ମଧୁମେହ ହେବାର ପ୍ରାୟ ୩୯ ପ୍ରତିଶତ ସମ୍ଭାବନା ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button