ଦେଶ

ନିଆଁ ଲାଗିଥିବା ଜାହାଜରୁ ଉଦ୍ଧାର ହେଲେ ୨୨ ଭାରତୀୟ – Ibnodisha

[ad_1]

ନୂଆଦିଲ୍ଲୀ : ସମୁଦ୍ର ଭିତରେ ବ୍ରିଟିଶ ତୈଳ ଟ୍ୟାଙ୍କରକୁ ମିଶାଇଲ ମାଡ଼ କରାଯାଇଥିଲା । ଏହା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଯେଉଁଥିରେ ୨୨ ଭାରତୀୟ ଓ ଜଣେ ବାଂଲାଦେଶୀ କ୍ରୁ ମେମ୍ବର ଫସି ଯାଇଥିଲେ । ଅଏଲ ଟାଙ୍କରରେ ନିଆଁ ଲାଗିବା ହେତୁ ଏହାକୁ କାବୁ କରିବା ଜାହାଜର କ୍ରୁ ପାଇଁ ଅସମ୍ଭବ ହୋଇପଡ଼ିଥିଲା । ଏହାପରେ ଖବର ପାଇ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭେଇବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ବହୁତ ସମୟର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନିଆଁର ପ୍ରଭାବ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇ ପାରିନଥିଲା । ଏହାପରେ ମିଜାଇଲ୍ ଡେଷ୍ଟ୍ରୟର୍ ବା କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଯୁଦ୍ଧପୋତ ଆଇଏନ୍ଏସ୍ ବିଶାଖାପଟ୍ଟନମକୁ ଉଦ୍ଧାର ପାଇଁ ପଠାଇଥିଲା ଭାରତୀୟ ନୌସେନା । ସୂଚନା ଅନୂଯାୟୀ, ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ଗତକାଲି ନିଆଁକୁ କାବୁ କରିବାରେ ସଫଳ ହୋଇଥିଲେ ନୌସେନା । ଯେତେବେଳେ କି ନିଆଁର ପ୍ରଭାବ ଦେଖି ଭାରତୀୟ ନୌସେନା ଆଶା ଛାଡି ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button