ଦେଶ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଏଥିକ୍ସ କମିଟିର ବୈଠକ ଆଜି – Ibnodisha

[ad_1]

ନୂଆଦିଲ୍ଲୀ: ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାକୁ ନେଇ ଏବେ ରାଜନୀତି ସରଗରମ ରହିଥିବା ବେଳେ ଲୋକସଭାର ଏଥିକ୍ସ (ନୈତିକତା) କମିଟି ଏ ବାବଦ ଅଭିଯୋଗ ଉପରେ ବିଚାର କରିବା ପାଇଁ ଆସନ୍ତାକାଲି ବୈଠକ କରିବ। ଟିଏମ୍‌ସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଶ୍ରୀମତୀ ମୈତ୍ର ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ଦାବି କରିବା ପରେ ମାମଲା ଏଥିକ୍ସ କମିଟିକୁ ଯାଇଥିଲା। ତେବେ ତୃଣମୂଳ ସାଂସଦ ମୈତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଏଥିକ୍ସ କମିଟି ବୈଠକରେ ଅଭିଯୋଗକାରୀ ସାଂସଦ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ତାଙ୍କ ବୟାନ ରେକର୍ଡ କରାଇବା ସଂଭାବନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button