ଦେଶ

ଜାତୀୟ ରାଜପଥରେ ଭୀଷଣ ଦୁର୍ଘଟଣା, ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା; ୧ ମୃତ – Ibnodisha

[ad_1]

ପଞ୍ଜାବ : ପଞ୍ଜାବର ଲୁଧିଆନା ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଛନ୍ତି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ଦିଲ୍ଲୀ-ଅମୃତସର ଜାତୀୟ ରାଜପଥରେ ଘଟିଛି। ଏଥିରେ ୧୦୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଆହତ ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଜୀବନ ହାନି ସହ ବହୁ ଆର୍ଥିକ କ୍ଷତି ମଧ୍ୟ ହୋଇଛି। ସୂଚନାଯୋଗ୍ୟ, ନଡ଼ା ଜଳାଇବା କାରଣରୁ ପଞ୍ଜାବ ସମେତ ଅନେକ ରାଜ୍ୟରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏଥିଯୋଗୁ ପରିବେଶ ଧୂଆଁମୟ ହୋଇଯାଉଛି। ଘନ କୁହୁଡ଼ି ଛାଇ ରହୁଛି। ଆହୁରି ମଧ୍ୟ ଦୀପାବଳି ଯୋଗୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଇଛି, ଯେଉଁଥିପାଇଁ ରାସ୍ତାରେ କିଛି ସ୍ପଷ୍ଟ ଦେଖାଯାଇ ନ ଥିଲା ଏବଂ ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button