ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୯୬ ଗାଁ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ଦୁଇ ବାଇକ୍‌ ଆରୋହୀ। ମୃତକଦ୍ୱୟ ଇଡିକୋଣ୍ଡା ଗାଁର ବୋଲି ଜଣାଯାଇଛି। ତେବେ ସେମାନଙ୍କ ନାଁ ଜଣାପଡ଼ିନି। ମୃତକଦ୍ୱୟ ଆଜି ସକାଳେ ମାଲକାନଗିରିରୁ ନିଜ ଗାଁକୁ ଫେରୁଥିଲେ। ମାତ୍ର ଏମ୍‌ଭି-୯୬ ଗାଁ ନିକଟ ୩୨୬ ଜତୀୟ ରାଜପଥରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଲା। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ କାଲିମେଳା ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button