ରାଜ୍ୟ

କାମକୁ ଦୁଇ ମାସ ପୁରିନି, ନଦୀ ବନ୍ଧ ଫାଟି ଆଁ – Ibnodisha

[ad_1]

ପୁରୀ:  ପୁଣି ଦବିଲା ଭାର୍ଗବୀ ନଦୀ ବନ୍ଧ । ପୁରୀ ଜିଲ୍ଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀ ବନ୍ଧରେ ଦେଖିବାକୁ ମିଳିଛି ଫାଟ । ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଆଁ କରିଛି । କାମ ଶେଷ ହେବାର ଦୁଇ ମାସ ପୁରିନି, ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ନଦୀକୂଳିଆ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବାବେଳେ ବନ୍ଧ ନିର୍ମାଣ ପାଇଁ ଉପଯୁକ୍ତ ମାଟିରେ କାମ ନହେବା, ବନ୍ଧକୁ ସଠିକ ଭାବେ ରୋଲାରିଂ ନକରିବା ସହ ବିଭାଗୀୟ ଅଧିକାରୀଙ୍କ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଯଦି ବନ୍ଧରେ ଘାଇ ହୁଏ ତେବେ ନିମାପଡା ଓ ଗୋପ ବ୍ଲକର ପ୍ରାୟ ୩୦ ଗୋଟି ପଞ୍ଚାୟତ ଧନ ଜୀବନ ଓ ଜୀବିକା ଉଜୁଡ଼ିଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button