ରାଜ୍ୟ

ଚମକିଲେ ଓଡ଼ିଆ କୁନି ଝିଅ ସ୍ୱର୍ଣ୍ଣ ପ୍ରଭା।ଯାଜପୁର ଧର୍ମଶାଳା ର ବିରଳ ପ୍ରତିଭା।

IBN ଓଡିଶା(ବ୍ୟୁରୋ):ଯାଜପୁର:ଧର୍ମଶାଳା:-
ବୟସ ୭ ବର୍ଷ ୩ ମାସ।ଆଉ ପ୍ରତିଭା ବିରଳ।କୁନି ମୁଣ୍ଡରେ ବିରାଟ ଜ୍ଞାନ।ନିଜର ବିରଳ ପ୍ରତିଭା ପାଇଁ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଏଇ କୁନି ଝିଅ।ମାତ୍ର ୨ ମିନିଟ ୧୭ ସେକେଣ୍ଡ ରେ ୨୮ଟି ରାଜ୍ୟର ରାଜଧାନୀ,୭ଟି ମହାଦେଶ, ସୌର ମଣ୍ଡଳ ର ୮ଟି ଗ୍ରହ,ଭାରତ ର ୯ଟି ପଡୋଶୀ ଦେଶ,୫ଟି ମହାସାଗର,୧୯୪୭ଠାରୁ ୨୦୨୧ ପର୍ଯ୍ୟନ୍ତ ୧୬ଜଣ ପ୍ରଧାନମନ୍ତ୍ରୀ ଙ୍କ ନାମ ,ଭାରତର ୪୦ଟି ପ୍ରମୁଖ ସହର ର ନାମ ଓ କିଏ କେଉଁଥି ପାଇଁ ପ୍ରସିଦ୍ଧ,ଓ ଭାରତର ୫୦ଟି ପ୍ରମୁଖ ଦିନ କୁ ଭିଡିଓ ମାଧ୍ୟମରେ ଆବୃତି ପ୍ରଦାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ୱାଲଡ଼ ରେକର୍ଡ ରେ ସ୍ଥାନ ପାଇବା ସହ କୃତିତ୍ୱ ଅର୍ଜନ କରିଛନ୍ତି କୁନି ଝିଅ ସ୍ୱର୍ଣ୍ଣ ପ୍ରଭା।ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ସ୍ଥିତ ସିତାକାନ୍ତ ଶତପଥି ଓ ପ୍ରିୟଦର୍ଶିନୀ ଶତପଥୀ ଙ୍କ କୁନି ଝିଅ ସ୍ୱର୍ଣ୍ଣ ପ୍ରଭା ଶତପଥୀ।ଜାରକା ଶଙ୍କାରୀରିଡିହ ଧର୍ମଶାଳା ପବ୍ଲିକ ସ୍କୁଲ ର କ୍ଲାସ ୨ର ଛାତ୍ରୀ ସ୍ୱର୍ଣ୍ଣ ପ୍ରଭା।କୁନି ଝିଅଟିର ଚମତ୍କାର ଜ୍ଞାନ କୁ ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି।କ୍ଲାସ 2 ରେ ପାଠ ପଢି କଲେଜ ପିଲାଙ୍କ ପାଠ କୁ ମନେ ରଖୁଛନ୍ତି ଏଇ ୭ ବର୍ଷ ର କୁନି ଝିଅ।ଯେଉଁ ନା ଜଣେ ସାଧାରଣ ଲୋକଙ୍କ ପାଟିରେ ପଶିବନି ସେଇ ନାକୁ ମାତ୍ର ଏତେ କମ୍ ସମୟରେ କହି ଦେଉଛନ୍ତି ଏଇ କୁନି ଝିଅ।ଏତେ କମ ବୟସ ରୁ ସ୍ୱର୍ଣ୍ଣ ପ୍ରଭା ଙ୍କ ଏପରି ପ୍ରତିଭା ସମସ୍ତଙ୍କୁ ଚକିତ କରିଦେଇଛି।ନିଜ ପାଠ ପଢା ସହ ବଡ ବଡ କ୍ଲାସ ର ପାଠ କୁ ମନେ ରଖି ଦେଉଛି ଏଇ କୁନି ଝିଅ।ଏପରି ପ୍ରତିଭା ପାଇଁ କୁନି ଝିଅ ଟି ଦିନେ ନା’ କରିବ ବୋଲି ବାପା ମା ଆଶା କରିଛନ୍ତି।ଆଉ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଏସିଆ ବୁକ ଅଫ ରେକର୍ଡ ପାଇଁ ପ୍ରସ୍ତୁତି ହେଉ ଥିବାର ତାଙ୍କ ମାତା ପିତା ଜଣାଇଛନ୍ତି।ସ୍ୱର୍ଣ୍ଣ ପ୍ରଭା ଙ୍କ ଏପରି ପ୍ରତିଭା ପାଇଁ ବନ୍ଧୁ ପରିବାର ବର୍ଗ ଠୁ ଆରମ୍ଭ କରି ଯାଜପୁର ଜିଲ୍ଲାରୁ ପ୍ରଶଂସା ର ସୁଅ ଛୁଟୁଚି।

Related Articles

Leave a Reply

Your email address will not be published. Required fields are marked *

Back to top button