ରାଜ୍ୟ

ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା ।

ତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି। ରାଜ୍ୟ ସରକାର ନିଶ୍ଚିତ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାରର ଗଣତି କରାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କନକ ବ୍ୟୁରୋ: ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି। ରାଜ୍ୟ ସରକାର ନିଶ୍ଚିତ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାରର ଗଣତି କରାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ସରକାର ନିଶ୍ଚିତ ରତ୍ନ, ଅଳଙ୍କାରର ଗଣତି କରିବେ। ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର ମେଳକ କରାଯିବ । ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବ। ପୂର୍ବରୁ ଏକଥା କୁହାଯାଇଥିଲା। ତେଣୁ ସ୍ଥାନୀୟ ସରକାର ଏନେଇ ଏଏସଆଇକୁ ଚିଠି ଲେଖି ସାରିଛନ୍ତି । ଏଏସଆଇର ଉଚ୍ଚ ସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button