ରାଜ୍ୟ

ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ କର୍ମଶାଳାରେ ବକ୍ତା ହେବେ କୋରାପୁଟର ସପ୍ତମ ଶ୍ରେଣୀ ଛାତ୍ରୀ – Ibnodisha

[ad_1]

ଜୟପୁର: ଆସନ୍ତା ୧୨ତାରିଖ ଠାରୁ ନୂଆଦିଲ୍ଲୀର ଆଇସିଏଆର କନଭେନସନ‌ ସେଣ୍ଟର ଠା‌ରେ କେନ୍ଦ୍ର କୃ‌ଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏବଂ  ରୋମର ଆଇଟିପିଜିଆରଏଫଏ, ଏଫଏଓ ସଂସ୍ଥା  ସହଯୋଗରେ ଫାଷ୍ଟ ଗ୍ଲୋବାଲ ସିମ୍ପୋସିଜମ୍ ଅନ୍ ଫାର୍ମସ୍ ରାଇଟସ୍ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏଥିରେ ଜଣେ ବକ୍ତା ଭାବେ ଭାଗ ନେବାକୁ ନିମନ୍ତ୍ରଣ ପାଇଛନ୍ତି ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହାର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀଙ୍କୁ ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରିଥିବାରୁ ତାଙ୍କୁ ବକ୍ତା ଭାବେ ଦିନକ ପାଇଁ ଡାକିଛନ୍ତି ‌ପ୍ରେଟେକ୍ସନ ଅଫ ପ୍ଲାଣ୍ଟ ଭ୍ୟାରାଇଟିସ୍ ଏଣ୍ଡ ଫାର୍ମର୍ସ ରାଇଟ୍ ଅଥରିଟିର ଅଧ୍ୟକ୍ଷ ତ୍ରିଲୋଚନ ମହାପାତ୍ର। ସେ ଆସନ୍ତା ୧୪ତାରିଖ ଦିନ କୃଷକଙ୍କ ଅଧିକାର ଉପରେ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ଏହି ଅର୍ନ୍ତଜାତୀୟ କର୍ମଶାଳାରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ‌ସିଂ ତୋମର ବି ଯୋଗ ଦେବେ। ସମଗ୍ର ଭାରତର ୫୦୦ଜଣ ବଛା ବଛା କୃଷକ ପ୍ରତିନିଧି, କୃଷକ ଅଧିକାର ପାଇଁ ଲଢ଼େଇ କରୁଥିବା ବ୍ୟକ୍ତି ବିଶେଷ, କୃଷି ବୈଞାନିକ, ଧାନ ସଂଗ୍ରହକାରୀଙ୍କୁ ଡକାଯାଇଥିବା ସୂଚନା ମିଳିଛି। ଏହି ୫୦୦ଜଣଙ୍କ ମଧ୍ୟରେ ଜଣେ ଛାତ୍ରୀଭାବେ ଓଡ଼ିଶାର ହର୍ଷିତା ପ୍ରିୟଦର୍ଶନୀ ଭାଗ ନେବା ନିଶ୍ଚିତ ରୁପେ ଅଂଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପୂର୍ବରୁ ହର୍ଷିତା ପ୍ରିୟଦର୍ଶନୀଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମ‌ରେ ରିପୋର୍ଟ ପ୍ରକାଶ ପାଇିବା ପରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ ହର୍ଷିତାଙ୍କୁ ସ୍ବତନ୍ତ୍ରଚିଠି ଲେଖି ଛାତ୍ରୀଙ୍କୁ ପ୍ରତ୍ସାହିତ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button