ରାଜ୍ୟ
ନିଲମ୍ବନ କରିବା ଦାବି ରେ ସ୍କୁଲ କୁ ତାଲା ମାରିଲେ ଗ୍ରାମବାସୀ – Ibnodisha

[ad_1]
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଦନ୍ଦରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ତାଲା ମାରିଛନ୍ତି ଗ୍ରାମବାସୀ ଓ ଅଭିଭାବକ । ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଜୀବନ୍ୟାସ ମାଝୀ ବିଭିନ୍ନ ସମୟ ରେ ସ୍କୁଲ ରେ ପ୍ରଚୁର ପରିମାଣ ରେ ମଦ ପିଇ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ମାଡ଼ ମାରିବା ସହ ଛାତ୍ରୀ ଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଉ ଥିବା ନେଇ ପ୍ରତିବାଦ କରାଯାଇଛି । ସ୍କୁଲ ବାହାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଅଟକି ରହିଛନ୍ତି ।ପ୍ରଧାନଶିକ୍ଷକ ଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ଜିଦ ରେ ଅଟଳ ଅଛନ୍ତି ଗ୍ରାମବାସୀ ଓ ଅଭିଭାବକ । ଏ ନେଇ ବିଭିନ୍ନ ସମୟ ରେ ବିଭାଗୀୟ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉଥିବାରୁ ଶେଷ ରେ ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟାଳୟ କୁ ତାଲା ପକାଇ ଦେଇଛନ୍ତି । ସ୍କୁଲ ପରିସର ରେ ଗୋଟିଏ ପ୍ରକାର ଉତ୍ତେଜନା ଦେଖା ଦେଇଛି।
[ad_2]




