ରାଜ୍ୟ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଛାତ୍ର ମୃତ – Ibnodisha

[ad_1]

ବାରଙ୍ଗ:  ଗଣେଶ ପୂଜା ଦିନ ଅଘଟଣ । ବାରଙ୍ଗ ନରାଜଠାରେ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାର ସୋହମ ଭଗବନ ସାହେଲ(୨୧) । ସୂଚନା ଅନୁଯାୟୀ ବୁଧବାର ବିଘ୍ନ ବିନାଶକ ଭଗବାନ ଗଣେଶଙ୍କ ପୂଜା ପାଇଁ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ହେଉଥିବାବେଳେ କେତେକ ଛାତ୍ର ଗୋଡିସାହି ନିକଟରେ ମୂର୍ତ୍ତି ବରାଦ ଦେଇଥିବା କାରିଗର ନିକଟକୁ ଗଣେଶ ମୂର୍ତ୍ତି ଆଣିବା ପାଇଁ ଯାଇଥିଲେ ।

ସେଠାରୁ ଏକ ଟ୍ରାକ୍ଟର ସାହାଯ୍ୟରେ ନିର୍ମାଣାଧୀନ ଗଣେଶ ମୂର୍ତ୍ତିକୁ ଡିଜେବଜାଇ ରଙ୍ଗ ଅଭିର, ହରିବୋଲ ପକାଇ ନାଚକୁଦ କରି ଠାକୁରଙ୍କୁ ପୂଜାସ୍ଥଳକୁ ଆଣୁଥିଲେ । ସେହି ସମୟରେ ପତାକା ପାଇପ୍‌ଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଉପରେ ଥିବା ୪ଜଣକୁ ବିଦ୍ୟୁତ ଆଘାତ ଲଗିଥିଲା ଓ ସମସ୍ତେ ଜୋରରେ ଚିତ୍କାର କରିଥିଲେ । ସଙ୍ଗେ ସଙ୍ଗେ ପୂଜା ସ୍ଥଗିତ କରାଯିବା ସହ ବିଦ୍ୟାଳୟର କର୍ତ୍ତୃପକ୍ଷ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତର ସେଠାରେ ସୋହମ ଭଗବନଙ୍କୁ ମୃତ ଘୋଷଣା କରିଥିବାବେଳେ ୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅପରପକ୍ଷରେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ôଚ କିଭଳି ବିଦ୍ୟୁତ ଆଘାତ ଲାଗିଲା ତାହାର ତଦନ୍ତ ଚଳାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button