ରାଜ୍ୟ

କାଦୁଅ ପଚପଚ ରାସ୍ତା ; ବଢୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ

ନାକଟିଦେଉଳ : ରାସ୍ତା ସାରା ଖାଲଖମା। ସେହି ଖାଲରେ ଜମି ରହୁଛି ବର୍ଷା ପାଣି। ଏପରିକି ରାସ୍ତା ସାରା କାଦୁଅ ଭର୍ତ୍ତି। ସେହି କାଦୁଅ ପଚପଚ ରାସ୍ତାରେ ଅଞ୍ଚଳବାସୀ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ରାସ୍ତା ବିପର୍ଯ୍ୟସ୍ତର ଏପରି ଏକ ବିକଳ ଦୃଶ୍ୟ ବର୍ଷା ଦିନେ ଦେଖିବାକୁ ମିଳୁଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ଗ୍ରା.ପ.ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମ ଠାରୁ ସ୍ଥାନୀୟ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା।

କୁଞ୍ଜାମୁରା ଗ୍ରାମ ଠାରୁ ପ୍ରାୟ ୩ କି.ମି.ଦୂରରେ ରହିଛି ଏହି ଶିବ ମନ୍ଦିର। ଏଥି ସହିତ ଏହି ରାସ୍ତା ବାଟ ଗାଁ – ଦେବଗଡ଼ ରାସ୍ତାକୁ ସଂଯୋଗ କରୁଛି। ବାଟଗାଁ-ଦେବଗଡ଼ ରାସ୍ତାରେ ଥିବା ଏହି କୁଞ୍ଜାମୁରା ଶିବ ମନ୍ଦିର ଠାରୁ କୁଞ୍ଜାମୁରା ଗ୍ରାମକୁ ଯାଇଥିବା ମାଟି ରାସ୍ତା ବର୍ତ୍ତମାନ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି। ପ୍ରତିଦିନ ଏହି ରାସ୍ତାରେ ସଂଖ୍ୟାଧିକ ଗାଡି ମୋଟର ଯାତାୟାତ କରୁଥିବାରୁ ବର୍ଷା ଦିନେ ମାଟି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ସେଥିରେ ବର୍ଷା ପାଣି ଜମି ରହୁଛି। ଯାନ ବାହାନ ଯାତାୟାତ ଫଳରେ ଖାଲଖମା ରାସ୍ତାରେ କାଦୁଅରେ ପରିପୂର୍ଣ୍ଣ ହୋଇ ଯାଉଛି।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

ଫଳରେ ବର୍ଷା ଦିନେ ଏହି ରାସ୍ତାରେ ଯାତାୟତ କରିବାକୁ ଲୋକେ ନିଜକୁ ନିରାପଦ ମଣୁ ନାଁହାନ୍ତି। ଏହି ରାସ୍ତା ଦେଇ କୁଞ୍ଜାମୁରା ଗ୍ରାମର ପିଠାଖାଇ ସାହି ଏବଂ ହାଟସାହିର ଲୋକଙ୍କ ସମେତ ଯାମୁଯୋରୀ ପଞ୍ଚାୟତ ଅଞ୍ଚଳର ଲୋକେ କୁଞ୍ଜାମୁରା ଶିବ ମନ୍ଦିର ସହିତ ଦେବଗଡ଼ ଅଞ୍ଚଳକୁ ପ୍ରତିଦିନ ଯାତାୟତ କରୁଛନ୍ତି । ବର୍ଷା ଦିନେ କିନ୍ତୁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଥିବାରୁ ଲୋକେ ଅଧିକ ଦୂର ବାଟଗାଁ ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏହି ରାସ୍ତାକୁ ଉନ୍ନତିକରଣ କରାଯାଇ ସବୁ ଦିନିଆ ପକ୍କା ରାସ୍ତାରେ ପରିଣତ କରିବାକୁ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଥିବା ସହ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସମେତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଆଜି ଯାଏଁ ଏ ଦିଗରେ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button