ଦେଶ

୨୦୩୦ ସୁଦ୍ଧା ୩୦ କୋଟି ଲୋକ ହରାଇପାରନ୍ତି ଜୀବିକା ! – Ibnodisha

[ad_1]

ନୂଆଦିଲ୍ଲୀ : ଚାକିରି ଖାଉଛି ଏଆଇ  ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।  ଆସୁଥିବା ଦିନମାନଙ୍କରେ  ଏଆଇ ଯୋଗୁ  କୋଟି କୋଟି ଲୋକ ନିଜ ଚାକିରି ହରାଇବେ।  ୨୦୩୦ ପର୍ଯ୍ୟନ୍ତ ୩୦ କୋଟି  ଲୋକ  ଏଆଇ କାରଣରୁ ନିଜ ଜୀବିକା ହରାଇବେ ` ।  ଏ କଥା ଆମେ କହୁନୁ କହୁଛି ଗୋଲ୍ଡମ୍ୟାନ୍‌ ଶୈସ୍‌ ରିପୋର୍ଟ। ଏହାର  ପ୍ରଭାବ କୋଡର, କମ୍ପ୍ୟୁଟର ପ୍ରୋଗ୍ରାମର, ସଫ୍ଟୱେୟାର ଇଞ୍ଜିନିୟର, ଡାଟା ଆନାଲିଷ୍ଟ, ଲିଗାଲ ଇଣ୍ଡଷ୍ଟ୍ରି, ମାର୍କେଟ ଆନାଲିଷ୍ଟ ଗବେଷଣା ଭଳି ଚାକିରି ସଂସ୍ଥାନ ଉପରେ ପଡିବ। ଧିରେ ଧିରେ ଏହା ପୁରା ଅନ୍ୟ ସେକ୍ଟର୍ସ ଉପରେ  ପ୍ରାଧ୍ୟାନ୍ୟ ବିସ୍ତାର କରିବ।  ଯେଉଁଥିପାଇଁ  ଜିବିକା ହରାଇବେ ଯୁବପିଢି।   ଚର୍ଚ୍ଚାରେ ଥିବା ଏଆଇକୁ  ସାଧାରଣ ଲୋକଟି ବୁଝିବାକୁ ଚାହୁଁଛି..  ଏହି ଏ ଆଇ କଣ ?

କେଉଁଠୁ ଆସିଲା ଏଆଇ ?
ମନୁଷ୍ୟ ଏହାର ମୁକାବିଲା କରିବାକୁ କାହିଁକି ଅସମର୍ଥ ?

ଏପରି ଅନେକ ପ୍ରଶ୍ନ  ଦେଶର ସାଧାରଣ ଜନତାଙ୍କ ମନରେ  ଉଙ୍କି ମାରୁଛି।  ଟେକ୍ନୋଲୋଜିର ଉପଭୋକ୍ତାମାନେ  ଏହାକୁ  ଭିନ୍ନ ଭିନ୍ନ  ଉପାୟରେ ଦେଖୁଛନ୍ତି | କେହି କେହି ଏଆଇ କୁ ସେମାନଙ୍କର ବନ୍ଧୁ ଭାବରେ ବିବେଚନା କରୁଛନ୍ତି ଏବଂ କେହି କେହି ଏହାକୁ ଯାନ୍ତ୍ରିକ ରାକ୍ଷସ ଭାବରେ ଦେଖୁଛନ୍ତି | ବାସ୍ତବରେ ରୋବଟ୍, ସାଇବର୍ଗ, ସୁପର ମାନବ … ଏଗୁଡ଼ିକ ହେଉଛି ଭବିଷ୍ୟତର ଧାରଣା, ଯାହାର ମାନବ ଜୀବନରେ ହସ୍ତକ୍ଷେପ ଦ୍ରୁତ ଗତିରେ ବଢୁଥିବାର ଦେଖିବାକୁ ମିଳୁଛି।  ସରଳ ଭାବରେ କହିବାକୁ ଗଲେ,  ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବଶ୍ରେଷ୍ଠ  ଉଦ୍ଭାବନ ହେଉଛି ଏଆଇ।  ମାନବ ଜୀବନରେ ବୈପ୍ଳବିକ ପରିବର୍ତ୍ତନର ପ୍ରାରମ୍ଭିକ ସଙ୍କେତ  ଦେଉଛି ଏଆଇ।

ସାଧାରଣ ଲୋକଟି ଡରୁଛି ଏହି ଏଆଇ ପାଇଁ ମୋ ଚାକିରି ଚାଲି ଯିବନି ତ ?
ଏବେ ପ୍ରଶ୍ନ ଉଠୁଛି ଏହି ଆଇ କଣ କାମ କରେ,  ଯେଉଁଟା କି  ମନୁଷ୍ୟ କରିପାରିବ ନାହିଁ

ଏଆଇ ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍।  ସହଜ ଶଦ୍ଦରେ କହିବାକୁ ଗଲେ ମେସିନ୍‌ ରେ  ମନୁଷ୍ୟଙ୍କ ପରି ବୁଦ୍ଧି ଆଉ କ୍ଷମତା।  ଯାହାକୁ କୃତ୍ରିମ ଭାବରେ ବିକଶିତ କରାଯାଇଛି।  କୋଡିଂ ମାଧ୍ୟମରେ, ମଣିଷ ପରି ମେସିନରେ ବୁଦ୍ଧି, ଜ୍ଞାନ ବିକଶିତ  କରାଯାଇଥାଏ।  ଯାହାଦ୍ୱାରା   ମଣିଷ ପରି ଶିଖିପାରିବେ, ନିଜ ନିଷ୍ପତ୍ତି ନେଇପାରିବ, ନିଜ କାର୍ଯ୍ୟ ନିଜେ  କରିପାରିବ ଏବଂ ଏକାସାଙ୍ଗରେ ଅନେକ କାର୍ଯ୍ୟ  କରିପାରିବ |  ଗୋାଟିଏ ଅର୍ଥରେ କହିବାଗଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି ମନୁଷ୍ୟ ପରି ବୁଦ୍ଧି-ବିବେକ ଥିବା ସଫ୍ଟୱେର୍ ।  ଏବେ ଏଆଇର ବ୍ୟବହାର  ସମସ୍ତ କ୍ଷେତ୍ରରେ ଖୁବ୍‌ ଜୋରରେ ବଢୁଛି। ଖାଲି ସଫ୍ଟେଓ୍ୱାର କି ଆପ୍‌ସ କୋଡିଂ ନୁହେଁ  ବରଂ ଏହା , ଲେଖା, ଫଟୋଗ୍ରାଫି, ଫଟୋ ଏବଂ ଗ୍ରାଫିକ୍ସ ଡିଜାଇନ୍, ଏଡିଟିଂ, ମେଡିକାଲ୍, ଶିକ୍ଷା ଭଳି କାର୍ଯ୍ୟରେ ସାମିଲ  ହୋଇ ସହଜ କରିଛି।  ଟ୍ରାଫିକ୍ ନିୟନ୍ତ୍ରଣ, ସ୍ମାର୍ଟ କାର୍, ସ୍ୱୟଂ ଚାଳିତ କାର୍, ଭାକ୍ୟୁମ୍ କ୍ଲିନର୍, ବ୍ୟକ୍ତିଗତ ସହାୟକ ରୋବଟ୍ ଇତ୍ୟାଦି ଆକାରରେ ଏଆଇ ର ବ୍ୟବହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି |    ଗତ କିଛି ମାସ ମଧ୍ୟରେ, ଏଆଇ ଏକ  କ୍ରାନ୍ତିକାରୀ ପରିବର୍ତ୍ତନ ମାଧ୍ୟମରେ ନିଜର ସ୍ଥାନ ସୃଷ୍ଟି କରିପାରିଛି |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button