ଦେଶ

ଚୀନ୍-ସମର୍ଥକ ମହମ୍ମଦ ମୁଇଜୁ ମାଳଦ୍ବୀପର ରାଷ୍ଟ୍ରପତି ନିର୍ବାଚନ ଜିତିଲେ – Ibnodisha

[ad_1]

ମାଲେ: ମାଳଦ୍ବୀପର ରାଷ୍ଟ୍ରପତି ନିର୍ବାଚନରେ ଚୀନ୍-ସମର୍ଥକ ପ୍ରାର୍ଥୀ ମହମ୍ମଦ ମୁଇଜୁ ବିଜୟଲାଭ କରିଛନ୍ତି। ଫଳରେ ଭାରତ ସହ ଏହାର ରଣନୈତିକ ସମ୍ପର୍କରେ ଅବନତି ଘଟିପାରେ ବୋଲି ଆଶଙ୍କା କରାଯାଉଛି। ୪୫ ବର୍ଷୀୟ ମୁଇଜୁ ଗତଥର କ୍ଷମତାରେ ଥିବା ବେଳେ କେତେକ ବିଳାସପୂର୍ଣ୍ଣ ଉପକୂଳ ରିସର୍ଟ ଆଦି ପାଇଁ ଚୀନ୍‌ଠାରୁ ବିପୁଳ ଋଣ ନେଇଥିଲେ। ଚଳିତ ନିର୍ବାଚନରେ ସେ ୫୪.୦୬ ପ୍ରତିଶତ ଭୋଟ ପାଇ ନିର୍ବାଚନ ଜିତିଛନ୍ତି ଏବଂ କ୍ଷମତାସୀନ ଇବ୍ରାହିମ ମହମ୍ମଦ ସୋଲିହ ସରକାରର ପତନ ଘଟିଛି। ତେବେ ନଭେମ୍ବର ୧୭ରେ ନୂଆ ସରକାର ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ୬୧ ବର୍ଷୀୟ ସୋଲିହ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ।

ମାଳଦ୍ବୀପକୁ ଭାରତ ସବୁବେଳେ ସାହାଯ୍ୟ କରିଆସିଛି। ସୋଲିହ ତାଙ୍କ କାର୍ଯ୍ୟକାଳରେ ନୂଆଦିଲ୍ଲୀ ସହ ସୁସମ୍ପର୍କ ବଜାୟ ରଖି ଆସିଥିଲେ। ବର୍ତ୍ତମାନ ଚୀନ୍-ସମର୍ଥକ ମୁଇଜୁ କ୍ଷମତାକୁ ଆସିବା ପରେ ଚୀନ୍ କଥାରେ ଉଠବସ୍ ହେବା ସହିତ ଭାରତ ସହ ସମ୍ପର୍କରେ ଅବନତି ଘଟିପାରେ ବୋଲି ଆଶଙ୍କା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button