ରାଜ୍ୟ

ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା: ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର:- ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସରକାରଙ୍କ ସହାୟତା । ୪ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଓଡିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ମିଳିବ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଞ୍ଜୁର ନେଇ ମାନସ ମଙ୍ଗରାଜ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।ଗତକାଲି କଟକ ମୁଣ୍ଡୁଳୀ ବ୍ୟାରେଜରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ବେଳେ ବଡ ଧରଣର ଅଘଟଣ ଘଟିଥିଲା । ହାତୀକୁ ଉଦ୍ଧାର କରିବାକୁ ବୋଟରେ ନଦୀ ଭିତରକୁ ଯାଇଥିଲେ ଓଡ୍ରାଫ ଟିମ । ଆଉ ସେହି ବୋଟରେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ରହିଥିଲେ । ବୋଟ ବୁଡିଯିବା ଫଳରେ ନଦୀରେ ବୁଡି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button